ଦୈନିକ ରାଶିଫଳ (ଗୁରୁବାର, ୧୦/୬/୨୦୨୧)

ମେଷ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ଧନକ୍ଷତି, ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମରେ ବିଫଳତା, ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଭାବ ଦେଖାଦେବ । ଅପରାହ୍ଣ ୪ଟା ୨୫ ମିନିଟ୍‌ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ କିଛିଟା ସୁଧାର ଆସିବ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ ।

ବୃଷ: ଆମୋଦପ୍ରମୋଦ, ମଉଜ, ମଜଲିସ ପ୍ରତି ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ । କର୍ମରେ ସଫଳତା, ପ୍ରଶଂସା, ମାନ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦପ୍ରମୋଦରେ ମନ ଦେବେ ।

ମିଥୁନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ସମସ୍ତ କଷ୍ଟସାଧ୍ୟ ଏବଂ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବେ । ଅଯଥା ଖର୍ଚ୍ଚ ଓ କୁସଙ୍ଗ ପରିତ୍ୟାଗ କରିବେ ଏବଂ ଅନୁଚିତ କର୍ମକୁ ପରିତ୍ୟାଗ କରି ସତ୍‌କର୍ମରେ ମନ ବଳାଇବେ । ଅପରାହ୍ନ ୪ଟା ୨୫ ମିନିଟ୍‌ ପରେ ସ୍ଥିତି ବିଗିଡ଼ିଯିବ । ସେଥିପାଇଁ ସତର୍କ ହେବେ । ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ ।

କର୍କଟ: ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ କିଛିଟା ଉନ୍ନତି ଆସିବ । କୌଣସି ଅର୍ଥ ଲଗାଣକାରୀ ସଂସ୍ଥାରେ ଧନ ଜମା ରଖିବେ ଓ ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିବେ । କର୍ମରେ ସଫଳତା ଓ କର୍ମସ୍ଥାନରେ ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ ।

ସିଂହ : ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ କରିବେ । କର୍ମରେ ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଆତ୍ମସନ୍ତୋଷ ମିଳିବ । ଯେଉଁମାନଙ୍କର ପୂର୍ବଫାଲଗୁନୀ ସିଂହ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନବାନ ହେବେ ।

କନ୍ୟା: କୃଷ୍ଣପକ୍ଷର ନବମ ଚନ୍ଦ୍ର ଓ ଅମାବାସ୍ୟା ଅପରାହ୍ଣ ୪ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଅମାବାସ୍ୟା ରହୁଥିବାରୁ ସେତେବେଳ ପର୍ଯ୍ୟନ୍ତ ମାନ ସମ୍ମାନ ହାନି, ଗୁରୁଜନଙ୍କ ସହିତ ବିବାଦ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଓ କର୍ମରେ ମାନସମ୍ମାନ ହାନି ଏବଂ ପଦସ୍ଥ କର୍ମ·ରୀଙ୍କ ରୋଷର ଶିକାର ହେବେ । ଅପରାହ୍ନ ୪ଟା ୨୫ ମିନିଟ୍‌ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେବ ଓ ସମସ୍ତ କର୍ମରେ କିଛିଟା ଶୁଭଫଳ ମିଳିବ । ଯେଉଁମାନଙ୍କର ଚିତ୍ରା କନ୍ୟା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।

ତୁଳା : ଅଷ୍ଟମ ଚନ୍ଦ୍ର ଓ ଘାତବାର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଯାନବାହନ ଆରୋହଣ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି, କର୍ମରେ ବାଧାବିଘ୍ନ, ପରିବାରରେ ଅଶାନ୍ତି, ଧନକ୍ଷତି ଓ ଶାରୀରିକ ପୀଡ଼ା ଭୋଗିବେ । ଯେଉଁମାନଙ୍କର ଚିତ୍ରା ତୁଳା
ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।

ବିଛା : ଘାତଚନ୍ଦ୍ର, ଅମାବାସ୍ୟା ତିଥି ହେତୁ ଆର୍ଥିକ କାରବାର, ସ୍ୱାସ୍ଥ୍ୟ ଓ କୌଣସି ସ୍ତ୍ରୀ ଲୋକଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ କର୍ମରେ ବିଫଳତା, ଅସ୍ଥିରତା ଓ ମହିଳା ସହକର୍ମୀଙ୍କ ସହ ବିବାଦ ହେବ । ପରିବାରରେ ବିବାଦ ଓ ସହଧର୍ମିଣୀଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।

ଧନୁ: ମନରେ ପ୍ରସନ୍ନତା, ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ଆତ୍ମବିଶ୍ୱାସ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆ·ର, ବ୍ୟବହାର, ·ଲିଚଳନ ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ରୋଗ, ଋଣ ଓ ଶତ୍ରୁ- ଏ ତିନୋଟିରୁ ମୁକ୍ତି ପାଇବେ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସୁନାମ ଅର୍ଜନ କରିବେ ।

ମକର: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଓ କୃଷ୍ଣପକ୍ଷ ଅପରାହ୍ଣ ୪ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ରହୁଥିବା ହେତୁ ମାନ ସମ୍ମାନ ହାନି, ମାନସିକ ଅସ୍ଥିରତା ଓ ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ କର୍ମ ଯେତେ ଉତ୍ତମ ହେଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ ।

କୁମ୍ଭ: ଘାତବାର ଓ ଚତୁର୍ଥ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା, ଉଦ୍‌ବିଗ୍ନତା ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । କର୍ମରେ ସଫଳତା, ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ । ବିଦ୍ୟାର୍ଥୀ ଉଚ୍ଚମନା ହେବେ ।

ମୀନ: କର୍ମରେ ଉନ୍ନତି, ସଫଳତା ଓ ନୂତନ କର୍ମାରମ୍ଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଓ ଭାଇଭଉଣୀଙ୍କ ପ୍ରତି ଶ୍ରଦ୍ଧାଭାବ ଜାଗ୍ରତ ହେବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ ।

Spread the love
81