ଦୈନିକ ରାଶିଫଳ (ଶୁକ୍ରବାର, ୭/୫/୨୦୨୧)

ମେଷ : କୌଣସି ପ୍ରକାରର ସଙ୍କଟରେ ନ ପଡ଼ନନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି। ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା ହୋଇପାରେ।

ବୃଷ : ଆପଣଙ୍କ ଭାବନାତ୍ମକ ଚିନ୍ତାଯୋଗୁଁ ଆପଣ ଆଜି ଅସୁସ୍ଥତା ଅନୁଭବ କରିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ବାଣୀ ଏବଂ ବଚନ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ। ଖାଇବା ପିଇବା ଉପରେ ଧ୍ୟାନ ରଖିବେ। ବ୍ୟବସାୟ କ୍ଷେତ୍ରରେ ବିଘ୍ନ ଉପସ୍ଥିତ ହୋଇପାରେ। ଉଚ୍ଚ ଅଧିକାରୀମାନଙ୍କ ସହିତ ଘର୍ଷଣର ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିବା ସହିତ ଶତ୍ରୁମାନଙ୍କ ସହିତ ବାଦ-ବିବାଦ କିମ୍ବା ଉଗ୍ର ଚର୍ଚ୍ଚା ନ ହେଉ ଏହାର ଧ୍ୟାନ ରଖିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ ଏଥିପାଇଁ ଧୈର୍ଯ୍ୟର ସହକାରେ କାର୍ଯ୍ୟ କରନ୍ତୁ।

ମିଥୁନ : ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲି ଯିବାର ଦିନ ଅଟେ। ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ମଜ୍ଜି ରହିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ। ମଧ୍ୟାହ୍ନ ପରେ ଆପଣ କିଛି ଅଧିକ ଭାବୁକ ହେବେ। ଏହା ମନର ବ୍ୟଥା ବୃଦ୍ଧି କରିପାରେ। ପ୍ରଭୁଙ୍କର ଭକ୍ତି ଏବଂ ଯୌଗିକ ଧ୍ୟାନରେ ମନକୁ ଶାନ୍ତି ପ୍ରାପ୍ତି ହେବ।

କର୍କଟ : ବ୍ୟବସାୟର ବାତାବରଣ ଅନୁକୂଳ ରହିବ। ମା’ ଘରୁ ଗୃହିଣୀମାନଙ୍କୁ ଭଲ ଖବର ମିଳିବ। ପାରିବାରିକ ବାତାବରଣ ମଧ୍ୟ ଅନୁକୂଳ ରହିବ। ଶତ୍ରୁମାନଙ୍କୁ ମଧ୍ୟ ଅଧିକ ଲାଭ ପ୍ରାପ୍ତି ହେବ ନାହିଁ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବୌଦ୍ଧିକ ଚର୍ଚ୍ଚାରେ ନିଜର ତାର୍କିକ ବିଚାରକୁ ପ୍ରଦାନ କରିବା ପାଇଁ ସମୟ ଅନୁକୂଳ ଅଟେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀରେ ମଧ୍ୟ ଲାଭ ହେବ।

ସିଂହ : ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। କିନ୍ତୁ ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ମାନସିକ ରୂପରେ ପ୍ରସନ୍ନ ଏବଂ ଫୁର୍ତ୍ତିର ଅନୁଭବ ହେବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ସହକର୍ମିମାନଙ୍କର ସହଯୋଗ ମିଳିବା ପରେ କାମ କରିବାରେ ଆନନ୍ଦ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ ହେବାକୁ ପଡ଼ିବ।

କନ୍ୟା : ଆଜି ଶାରୀରିକ ଫୁର୍ତ୍ତି ତଥା ମାନସିକ ଉଲ୍ଲାସ ଏବଂ ଚେତନା ଶକ୍ତିର ଅଭାବ ରହିବ। ସାମାଜିକ ରୂପରେ ଅପମାନ ନ ହେଉ, ଏହାର ଧ୍ୟାନ ରଖିବେ। ଧନହାନି ହେବାର ଆଶଂକା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କାର୍ଯ୍ୟରେ ସଫଳତା ନ ମିଳିବା କାରଣରୁ ନିରାଶା ହୋଇପାରେ। ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେଇ ପାରିବେ ଏବଂ ନୂଆ ବସ୍ତ୍ରର କ୍ରୟ ମଧ୍ୟ କରିବେ। ବାହନ ସୁଖ ମିଳିବ।

ତୁଳା : ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଆଜିର ଦିନ ଭଲ ଅଟେ। ପ୍ରିୟ ବ୍ୟକ୍ତିଙ୍କ ସହିତ ହୋଇଥିବା ଭେଟ ଆନନ୍ଦଦାୟୀ ରହିବ। ଭାଗ୍ୟବୃଦ୍ଧି ହେବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ଉଦାସ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। ମାତାଙ୍କର ସ୍ଵାସ୍ଥ୍ୟ ମଧ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ।

ବିଚ୍ଛା : ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ନ ହେବା କାରଣରୁ ହତାସା ଅନୁଭବ କରିବେ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ କାର୍ଯ୍ୟ ଅଥବା ତା’ ବିଷୟରେ ନିର୍ଣ୍ଣୟ ନେବା ପାଇଁ ଉପଦେଶ। ପରିଜନ ତଥା ଭାଇ-ଭଉଣୀମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ସମୟ କଟାଇବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାଜିତ କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ଆଜି ସୁସ୍ଥ ରହିବେ। ଜୀବନରେ ଆଧ୍ୟାତ୍ମିକତାର ଅନୁଭୂତ ହେବ।

ଧନୁ : ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ଅଟେ। କାର୍ଯ୍ୟ ସିଦ୍ଧି ଏବଂ ଲକ୍ଷ୍ମୀ ପ୍ରାପ୍ତିର ଯୋଗ ଅଛି। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଉତ୍ସାହୀ ତଥା ପ୍ରଫୁଲ୍ଲିତ ରହିବେ। ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରିବାରେ ଆପଣଙ୍କୁ ଉତ୍ସାହ ମିଳିବ। ମଧ୍ୟାହ୍ନ ପରେ ଆପଣ କିଛି ଦ୍ଵିଧାରେ ରହିବେ। ଘରେ ତଥା ବ୍ୟବସାୟରେ କାର୍ଯ୍ୟଭାର ରହିବ। ଅଧିକ ଖର୍ଚ୍ଚ ହୋଇପାରେ।

ମକର : ବାଣୀ ଏବଂ ବଚନ କାରଣରୁ ଭ୍ରାନ୍ତି ନ ହେଉ, ଏହାର ଧ୍ୟାନ ରଖିବେ। କ୍ରୋଧର ମାତ୍ରା ବଢ଼ି ଯିବାରୁ କୌଣସି ବ୍ୟକ୍ତିଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବିବାଦ ନ ହେଉ ମନରେ ବ୍ୟଗ୍ରତା ରହିବ। ଏଥିପାଇଁ ଆଧ୍ୟାତ୍ମିକତାର ଆଶ୍ରୟ ନେଲେ ମନ ଶାନ୍ତ ହେବ। ମଧ୍ୟାହ୍ନ ପରେ ଫୁର୍ତ୍ତି ଏବଂ ଉଲ୍ଲାସ ଅନୁଭବ କରିବେ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ଏବଂ ଶାନ୍ତ ରହିବ।

କୁମ୍ଭ : ଆଜିର ଦିନ ସବୁ କ୍ଷେତ୍ରରେ ଲାଭପ୍ରଦ ଅଟେ। ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ ଏବଂ ତା’ର ଫଳ ସ୍ଵରୁପ ମାନ ସମ୍ମାନ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି। ଏଥିପାଇଁ ଆବେଶପୂର୍ଣ୍ଣ ମନକୁ ନିୟନ୍ତ୍ରଣରେ ରଖିବେ। ଧନର ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଜୀବନସାଥୀଙ୍କ ସହିତ ତାଳମେଳର ଅଭାବ ରହିବ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ।

ମୀନ : ଆଜିର ଦିନ ସବୁ ପ୍ରକାରରେ ଆପଣଙ୍କ ପାଇଁ ଲାଭଦାୟୀ ଅଟେ। କୌଣସି ପରୋପକାର କାର୍ଯ୍ୟ ଆପଣଙ୍କ ଦ୍ଵାରା ହେବ। ବ୍ୟାପାରରେ ଉଚିତ ଆୟୋଜନ ଦ୍ଵାରା ବ୍ୟାପାର ବୃଦ୍ଧି କରି ପାରିବେ। ଉଚ୍ଚ ଅଧିକାରୀଗଣ ଆପଣଙ୍କ କାର୍ଯ୍ୟର ପ୍ରଶଂସା ଆନନ୍ଦ ପୂର୍ବକ କରିବେ। ପିତା ଏବଂ ବଡ଼ଙ୍କର ଆଶୀର୍ବାଦ ଏବଂ ତାଙ୍କଠାରୁ ଲାଭ ମଧ୍ୟ ମିଳିବ। ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି।

Spread the love