ଦୈନିକ ରାଶିଫଳ (ଶୁକ୍ରବାର, ୩୦/୪/୨୦୨୧)

ମେଷ: ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ନିଜର ଲୋକଙ୍କ ସହ ଅପ୍ରିୟତା ଓ ଶତ୍ରୁବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟର ଅଧାରୁ ଅଧିକ ବଦ୍‌ଖର୍ଚ୍ଚରେ ଯିବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ଜାଗ୍ରତ ହେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ଦ୍ୱିଜା ଓ କୃତ୍ତିକା ମେଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ମା’ ଚଣ୍ଡୀ ।

ବୃଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ପରିବାର ସହିତ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ଏବଂ ସମସ୍ତଙ୍କର ପ୍ରଶଂସାଭାଜନ ହେବେ । ପୁତ୍ର କନ୍ୟାଙ୍କର ମାଙ୍ଗଳିକ କର୍ମର ବନ୍ଦୋବସ୍ତ କରିବେ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଯେଉଁମାନଙ୍କର ମୃଗଶିରା ବୃଷ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦପ୍ରମୋଦରେ ମନ ଦେବେ । ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୧୨, ଆରାଧନା- ମା’ କମଳା ।

ମିଥୁନ: ମାନ, ସମ୍ମାନ, ଯଶ, କୀର୍ତ୍ତି ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିସମ୍ପନ୍ନ ହେବେ । ଆପଣଙ୍କ ବକ୍ତବ୍ୟ, ଚାଲିଚଳନ, ଆଚାର ବ୍ୟବହାର ସର୍ବଜନଆଦୃତ ହେବ । ବାଣିଜ୍ୟରେ ଉତ୍ତମ ଆୟ, କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ପରିବାର ପ୍ରିୟ ହେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।

କର୍କଟ: ମାନ, ସମ୍ମାନ ହାନି, ସନ୍ତାନହେତୁକ ଦୁଶ୍ଚିନ୍ତା, ଇତର ଜନଠାରୁ ଅପମାନ ଓ ମନ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟରେ ମାନ ସମ୍ମାନ ହାନି ଓ ସହକର୍ମୀଙ୍କ ସହ ମତାନ୍ତର ଘଟିବ । ଯେତେ ଫଳ ଶୁଭ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ମା’ ସମଲେଶ୍ୱରୀ ।

ସିଂହ : ଯାନବାହନ, ଭୂଷଣ ପ୍ରାପ୍ତି, ବନ୍ଧୁବାନ୍ଧବ ଓ କୁଟୁମ୍ବର ସୌଖ୍ୟ ଓ ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉତ୍ତମ ଆୟ ଏବଂ କର୍ମରେ ସଫଳତା, ସମ୍ମାନ, ସହକର୍ମୀଙ୍କ ସହଯୋଗ ଓ ଉଚ୍ଚ ପଦବୀ ମିଳିପାରେ । ଜମିଜମା ବିବାଦ ଓ ପୁରୁଣା ବିବାଦର ସମାଧାନ ଓ ଭୂମି କ୍ରୟ କରିବେ । ଯେଉଁମାନଙ୍କର ମଘା ଓ ଉତ୍ତର ଫାଲଗୁନୀ ସିଂହ ସେମାନେ ଅଧିକ ଶୁଭଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ । ମହିଳାମାନେ ଗୁରୁଜନଙ୍କ ସେବା କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ମା’ ମାତଙ୍ଗୀ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ଆୟର କିଛି ଅଂଶ ଦୁଃସ୍ଥ ଜନସାଧାରଣଙ୍କ ହିତରେ ଖର୍ଚ୍ଚ କରିବେ । କର୍ମରେ ସଫଳତା ଆଶାଠାରୁ ଅଧିକ ରହିବ ଓ କର୍ମରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ କାର୍ଯ୍ୟ ଓ ଦେବତା କାର୍ଯ୍ୟ ପ୍ରତି ଆଗ୍ରହ ରହିବ ଏବଂ ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ । ପରିବାରର ସମସ୍ତଙ୍କ ପ୍ରତି ସ୍ନେହ ଭାବ ଓ ଭାଇଭଉଣୀଙ୍କ ପ୍ରତି ଅହେତୁକ ଶ୍ରଦ୍ଧା ଜାତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସୁଖ୍ୟାତି ଅର୍ଜନ କରିବେ । ମହିଳାମାନେ ସହାନୁଭୂତିଶୀଳ ହେବେ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୪, ଆରାଧନା-ମା’ ଭୈରବୀ ।

ତୁଳା : ଘାତବାର ଓ ଦ୍ୱିତୀୟ ଚନ୍ଦ୍ର ହେତୁ ଧନକ୍ଷତି, ମୂଲ୍ୟବାନ ପଦାର୍ଥ ନଷ୍ଟ, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟରେ ଆୟଠାରୁ ବ୍ୟୟ ବହୁତ ଅଧିକ ରହିବ । କର୍ମରେ ବିଫଳତା, ମାନସମ୍ମାନ ହାନି ଓ କର୍ମ ପ୍ରତି ଆଳସ୍ୟତା ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା-ମା’ ଲକ୍ଷ୍ମୀ ।

ବିଛା : ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ, ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ମନ ପ୍ରଫୁଲ୍ଲ ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ପରିବାରରେ ସୁଖ, ଶାନ୍ତି ଓ କୌଣସି ଶୁଭକର୍ମ କିମ୍ବା ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ଅଧିକ ଶୁଭଫଳ ପାଇବେ । ବିଦ୍ୟାର୍ଥୀ ବୁଲାବୁଲିରେ ମନଦେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୦୬, ଆରାଧନା-ପ୍ରଭୁ ସ୍କନ୍ଦ ।

ଧନୁ: ଅପବ୍ୟୟ, ଅପବାଦ, ଅପଯଶ ମୁକ୍ତ ହେବେ । କୁସଙ୍ଗ, କୁଚିନ୍ତା ଓ ସମସ୍ତ ପ୍ରକାର ଅନୁଚିତ କର୍ମରୁ ମନ ଅପସରିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ବ୍ୟୟ କମ୍‌ ରହିବ । କର୍ମରେ ସଫଳତା ଓ ଅଟକିଥିବା ସମସ୍ତ କାମକୁ ଆଜି ଶେଷ କରିବେ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସମୟ ଦେବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ଧୂମାବତୀ ।

ମକର: ଏକାଦଶ ଚନ୍ଦ୍ର ହେତୁ ଆୟ ପ୍ରତି ଆପଣଙ୍କ ଧ୍ୟାନ ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆୟର କିଛିି ଅଂଶ ସ୍ଥାୟୀ ଜମା କରିବେ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଧନର ସଦ୍‌ ବିନିଯୋଗ ଓ ଉନ୍ନତିମୂଳକ କର୍ମ ଯଥା- ଗୃହ ନିର୍ମାଣ କିମ୍ବା ଭୂମି କ୍ରୟରେ ଖର୍ଚ୍ଚ କରିବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ଓ ଧନିଷ୍ଠା ମକର ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସମୟ ଦେବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଘାତବାର ଓ ଦଶମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ କିଛି ବିଘ୍ନ ଓ ଅଘଟଣ ଘଟିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ ନାହିଁ । ପରିଶ୍ରମ ତୁଳନାରେ ଫଳ ବହୁତ କମ୍‌ ରହିବ ଓ କର୍ମ ପ୍ରତି ବିଶେଷ ଆଗ୍ରହ ରହିବ ନାହିଁ । ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

ମୀନ: ଅପମାନ, ଅପଯଶ ଓ ଅପନିନ୍ଦାର ଶିକାର ହେବେ । ନିଜର ଅତିପ୍ରିୟ ବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଯେତେ ସଫଳତାର ସହ କର୍ମ କଲେ ମଧ୍ୟ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ଗୁରୁଜନଙ୍କ ସହ ବିବାଦ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହୋଇପାରେ । ଯେଉଁମାନଙ୍କର ଉତ୍ତର ଭାଦ୍ର ଓ ରେବତୀ ମୀନ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଅପନିନ୍ଦା, ଅପମାନ ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

Spread the love