ଦୈନିକ ରାଶିଫଳ (ସୋମବାର, ୧୨/୪/୨୦୨୧)

ମେଷ: ଦିବା ୧୧ଟା ୩୨ ମିନିଟ୍‌ ଗତେ ଘାତଚନ୍ଦ୍ର ହେତୁ ନିଜର ଲୋକଙ୍କ ସହ ଅପ୍ରିୟତା, ମାନସିକ ଅସ୍ଥିରତା ଓ •ପଗ୍ରସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ । କର୍ମରେ ସଫଳତା ମିଳିଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ ନାହିଁ । ପରିବାରରେ ଅଶାନ୍ତି ଓ ମନ ବିଷାଦଗ୍ରସ୍ତ ରହିବ । ଯେଉଁମାନଙ୍କର ଅଶ୍ୱିନୀ ମେଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରିଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ପରିବାରରେ ଅଶାନ୍ତି ସୃଷ୍ଟି କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ ।

ବୃଷ: ଦିବା ୧୧ଟା ୩୨ ମିନିଟ୍‌ ପରେ ଦ୍ୱାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଓ ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ । କର୍ମରେ ଆଳସ୍ୟତା ଓ ଅନାଗ୍ରହ ଭାବ ଜାଗ୍ରତ ହେବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ମନରେ ନକାରାତ୍ମକ ଭାବନା ଓ ହତାଶା ଭାବ ଜାଗ୍ରତ ହେବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୪, ଆରାଧନା-ପ୍ରଭୁ ଶ୍ରୀରାମ ।

ମିଥୁନ: ଘାତବାର ଓ ଦଶମ, ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଘାତବାରର ପ୍ରଭାବ କମ୍‌ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆର୍ଥିବ ଅବସ୍ଥା ସ୍ୱଚ୍ଛଳ ହେବ । କର୍ମରେ ସଫଳତା, ଆୟରେ କିଛି ବୃଦ୍ଧି ଘଟିପାରେ । ଘାତବାର ହେତୁ ସବୁ ଠିକ୍‌ଠାକ୍‌ ଥିଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ ନାହିଁ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅଧିକ ଧ୍ୟାନ ଦେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ଆକାଶିଆ, ଶୁଭସଂଖ୍ୟା-୫, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।

କର୍କଟ: ଦିବା ୧୧ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ନବମ ଚନ୍ଦ୍ର ହେତୁ କିଛି ଗଡ଼ବଡ଼ ହୋଇପାରେ କିନ୍ତୁ ଏ ସମୟ ଅତିକ୍ରାନ୍ତ ହେବା ପରେ କର୍ମରେ ଉନ୍ନତି ଓ ଆଶାଠାରୁ ଅଧିକ ସଫଳତା ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ପରିବାରରେ ସୁଖ, ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ଭଗବାନ ଶିବ ।

ସିଂହ : ଦିବା ୧୧ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ହେତୁ ଦିନର ପ୍ରଥମ ଭାଗଟି ଅଶୁଭ ରହିବା ସହିତ ଶେଷ ଭାଗଟି ଶୁଭ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ । କର୍ମରେ ସଫଳତା ଓ ପଦସ୍ଥ କର୍ମ•ରୀଙ୍କ ଆସ୍ଥାଭାଜନ ହେବେ । ମାନ, ସମ୍ମାନ ଲାଭ ଓ କୌଣସି ସଂଗଠନ କିମ୍ବା ଗ୍ରାମ ସଭାର ନେତୃତ୍ୱ ନେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ମା’ ସମଲେଶ୍ୱରୀ ।

କନ୍ୟା: ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଓ ଆୟର ଅଧାଭାଗ ବଦଖର୍ଚ୍ଚରେ ଯିବ । କର୍ମରେ ବାଧାବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ବାଦବିବାଦ, ଆର୍ଥିକ କାରବାର ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

ତୁଳା : ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଆଜି ଭୋଗ ହେଉଥିବା ହେତୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା, ସମ୍ମାନ ଓ ପଦମର୍ଯ୍ୟାଦା ବଜାୟ ରହିବ । ମନ ପ୍ରଫୁଲ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅଭୂଷଣ ପ୍ରିୟା ଦେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା- ମା’ ଗାୟତ୍ରୀ ।

ବିଛା : ଦିବା ୮ଟା ୦୩ ମିନିଟ୍‌ ଠାରୁ ୧୧ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ଅଶୁଭ ସମୟ ହେତୁ ସତର୍କ ରହିବେ । ଏହା ପରେ ସମସ୍ତ କର୍ମରେ ଶୁଭଫଳ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ଆର୍ଥିକ ସ୍ଥିତି ବଦଳିଯିବ । କର୍ମରେ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ । ମାନ, ସମ୍ମାନ ଓ ସୁଖ୍ୟାତି ବଢ଼ିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ମା’ ଚଣ୍ଡୀ ।

ଧନୁ: ଦିବା ୧୧ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ସତର୍କ ରହିବେ । ଏହା ପରେ ମାନ, ସମ୍ମାନ, ଜନ ସମ୍ପର୍କ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବିଦ୍ୟା, ଜ୍ଞାନ ଓ ବୌଦ୍ଧିକ ଶକ୍ତିର ବିକାଶ ଘଟିବ । ବାଣିଜ୍ୟରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା ତଥା ସମସ୍ତଙ୍କର ପ୍ରିୟପାତ୍ର ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା- ମା’ ସମଲେଶ୍ୱରୀ ।

ମକର: ଦିବା ୧୧ଟା ୩୨ ମିନିଟ୍‌ ପରେ ଚତୁର୍ଥ ଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ମତଭେଦ ଘଟିବ । ମନ ଅସ୍ଥିର ରହିବ ଓ ଯାନବାହନରେ ଅଧିକ କ୍ଷତି ଘଟିବ । ବାଣିଜ୍ୟ ବ୍ୟବସାୟରେ କ୍ଷତି ଓ ପରି ପରିବହନରେ ଅଧିକ କ୍ଷତି ଘଟିବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଦୁର୍ଘଟଣା ପ୍ରତି ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବୁଲାବୁଲିରେ ମାତିବେ । ମହିଳାମାନେ ପରିବାରରେ ବିବାଦର କାରଣ ହେବେ । ଶୁଭରଙ୍ଗ-ଇଷତ୍‌ ନୀଳ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଭୈରବୀ ।

କୁମ୍ଭ: ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ ଓ ଧନର ସଦ୍‌ ବିନିଯୋଗ କରିବେ । କର୍ମରେ ଶୃଙ୍ଖଳିତ ହେବେ ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଧନ ସଂଚୟ କରିବେ । ଶୁଭରଙ୍ଗ- କଫି, ଶୁଭସଂଖ୍ୟା-୩, ଆରାଧନା-ମା’ବିମଳା ।

ମୀନ: ଶ୍ରୀ ଚନ୍ଦ୍ର ଓ ଦ୍ୱିତୀୟ ଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ମଧୁର ସମ୍ପର୍କ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା ଓ ନୂତନ ପଦବୀ ମିଳିପାରେ । ମାନସିକ, ପାରିବାରିକ ଶାନ୍ତି ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

Spread the love