ଦୈନିକ ରାଶିଫଳ (ରବିବାର, ୧୧/୪/୨୦୨୧)

ମେଷ: ଘାତବାର ଓ ଦ୍ୱାଦଶ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ପରିବାରର ବ୍ୟୟଭାର ବହୁତ କମ୍‌ ରହିବ ଓ ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତ ହେବେ । କର୍ମରେ ଆଂଶିକ ସଫଳତା ଓ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଓ ଅଶାନ୍ତି ବଢ଼ିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ସ୍କନ୍ଦ ।

ବୃଷ: ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଧନର ସଦ୍‌ବିନିଯୋଗ କରିବେ ଓ ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିବେ । ନିଜସ୍ୱ କର୍ମ ଓ ଗୃହକର୍ମକୁ ସଫଳତାର ସହ ସମ୍ପାଦନ କରିବେ ଏବଂ ଦେହ ମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ସୁଫଳ ପାଇବେ । ମହିଳାମାନେ ଆୟର ମାର୍ଗ ଅନ୍ୱେଷଣ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ମା’ ଗାୟତ୍ରୀ ।

ମିଥୁନ: କର୍ମତତ୍ପର ଓ କର୍ମଚଞ୍ଚଳ ହେବେ । ମାନସିକ, ପାରିବାରିକ ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମନିଷ୍ଠ ଓ ଦାୟିତ୍ୱବୋଧ ଆଜି ବହୁତ ରହିବ । ପରିବାରରେ ହସଖୁସିର ମାହୋଲ ରହିବ ଏବଂ ନିଜର ସମସ୍ତ ଘରୋଇ କର୍ମକୁ ଆଜି ସଫଳତାର ସହ ସମ୍ପାଦନ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ଧ୍ୟାନ ଦେବେ । ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା-ପ୍ରଭୁ ନାରାୟଣ ।

କର୍କଟ: ମାନ ସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇବେ । ଆର୍ଥିକ ଅବସ୍ଥା ବିଗିଡ଼ିଯିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ଗୁରୁଜନଙ୍କ ସହ ବିବାଦ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହେବେ । ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦ ଦେଖାଦେବ ଓ ମନ ବିଷାଦଗ୍ରସ୍ତ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଅଷ୍ଟମ ଚନ୍ଦ୍ର ଓ ଅମାବାସ୍ୟା ତିଥି ହେତୁ ଆର୍ଥିକ କାରବାର, ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ମନରେ ବିରକ୍ତିଭାବ ପ୍ରକାଶ ପାଇବ ଓ ଭଲ କଥା କହିଲେ ମନ୍ଦ ହେବ । କୁସଙ୍ଗରେ ପଡ଼ି ବଦଭ୍ୟାସକୁ ଆପଣାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ଆୟର ସିଂହଭାବ ବଦ୍‌ଖର୍ଚ୍ଚରେ ଯିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ସିଂହ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ମା’ ମାତଙ୍ଗୀ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । ପରିବାରକୁ ଆଜି ଅଧିକ ସମୟ ହେବେ ଓ ସହଧର୍ମିଣୀଙ୍କ ପ୍ରତି ସ୍ନେହ ଓ ସହାନୁଭୂତି ଅଧିକ ରହିବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ପରିବାରରେ ହସଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ପରିବାରକୁ ସମୟ ଦେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା-ମା’ ଛିନ୍ନମସ୍ତା ।

ତୁଳା : ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ । ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ବ୍ୟବସାୟ ସମ୍ପ୍ରସାରଣର ଚିନ୍ତା କରିବେ । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଓ ମନରେ ଧାର୍ମିକ ଭାବନା ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା- ପ୍ରଭୁ ଶ୍ରୀରାମ ।

ବିଛା : ବିନା କାରଣରେ ବିଷାଦଗ୍ରସ୍ତ ଓ ଚାପଗସ୍ତ ରହିବେ । ଯେତେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ସନ୍ତାନମାନେ ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଦୁଃଖୀ ହେବେ । ପରିବାରରେ ମନୋମାଳିନ୍ୟ ଓ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ହନୁମାନ ।

ଧନୁ: ଘାତଚନ୍ଦ୍ର ହେତୁ ତର୍କବିତର୍କ, ଯାନବାହନ ଆରୋହଣ ଓ ଗ୍ୟାସ୍‌ ହିଟର ବ୍ୟବହାର କାଳରେ ସତର୍କ ରହିବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ଧନକ୍ଷତି କିମ୍ବା ଚୋରଭୟ ରହିଛି । ସ୍ୱଜନରେ ବିବାଦ, ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡା ଭୋଗିପାରନ୍ତି । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ତାରା ।

ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ଓ ଧନର ସତ୍‌ ବିନିଯୋଗ କରିବେ । ମନରେ ସକାରାତ୍ମକ ଚିନ୍ତାଧାରା ଓ ସତ୍‌ଚିନ୍ତା ପରିପ୍ରକାଶ କରିବ । ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟି ସମ୍ପନ୍ନ ହେବେ । ପରିବାରର ସଦସ୍ୟଙ୍କ ପ୍ରତି ସ୍ନେହଭାବ ଓ ଭାଇଭଉଣୀଙ୍କ ପ୍ରତି ସହାନୁଭୂତି ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।

କୁମ୍ଭ: ଆର୍ଥିକ ଅବସ୍ଥା ବିଗିଡିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ବ୍ୟୟ ଅଧିକ ହେବ । ଧନକୁ ନେଇ ବିବାଦ ଓ ଅସୁବିଧାରେ ପଡିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମଠାରୁ ଦୂରେଇଯିବେ । ମହିଳାମାନେ ଶାରୀରିକ ପୀଡା ଭୋଗିବେ । ଶୁଭରଙ୍ଗ- ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

ମୀନ: ଧନ, ମାନ, ସମ୍ମାନ, ସୁଖ୍ୟାତି, ସୁଖାଦ୍ୟ ଓ ସୁବସନପ୍ରାପ୍ତି ହେବ । ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ । ଆମୋଦପ୍ରମୋଦ ଓ ମଉଜ ମସ୍ତିରେ ଆଜି ମନ ଅଧିକ ରହିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କେବଳ ରେବତୀ ମୀନଜାତ ବ୍ୟକ୍ତିମାନଙ୍କର କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ପରିବାରର ସମ୍ମାନ ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ମା’ ସମଲେଶ୍ୱରୀ ।

Spread the love