ଦୈନିକ ରାଶିଫଳ (ଗୁରୁବାର, ୮/୪/୨୦୨୧)

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ । ମୂଲ୍ୟବାନ ଧାତୁ, ରତ୍ନ କିମ୍ବା ବସନଭୂଷଣ କ୍ରୟ କରିବେ ଏବଂ ପରିବାର ସହିତ କୌଣସି ଶୁଭକର୍ମରେ ଯୋଗଦାନ କରିବେ । କର୍ମରେ ସଫଳତା, ପ୍ରଶଂସା ଓ ଆତ୍ମମର୍ଯ୍ୟାଦା ବଜାୟ ରହିବ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଆଭୂଷଣପ୍ରିୟା ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ମା’ ଚଣ୍ଡୀ।

ବୃଷ: ମନରେ ଉତ୍ସାହ, ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ବିଦ୍ୟାର୍ଥୀ ଉଚ୍ଚମନା ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-ମା’ କମଳା ।

ମିଥୁନ: ମାନ ସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇବେ । ମନ ଅସ୍ଥିର ରହିବ ଓ ବାପାମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ ବହୁ ପରିଶ୍ରମରେ ସ୍ୱଳ୍ପ ଫଳ ମିଳିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୬, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: ଘାତବାର ଓ କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ କେବଳ ମାନସିକ ଅସ୍ଥିରତା ଓ ବନ୍ଧୁଙ୍କ ସହ ମତାନ୍ତର ଘଟିବ । ଅନ୍ୟ ସମସ୍ତ କର୍ମରେ ଶୁଭଫଳ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ କର୍ମରେ ଉନ୍ନତି, ପ୍ରମୋଶନ ମିଳିପାରେ । ନୂତନ ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ଆଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମରେ ସଫଳତା ଓ ପଦମର୍ଯ୍ୟାଦା ବଜାୟ ରହିବ । ପରିବାରରେ ହସଖୁସିର ପରିବେଶ ରହିବ ଓ ଭାଇଭଉଣୀଙ୍କ ପ୍ରତି ସ୍ନେହଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ କର୍ମରେ ଧ୍ୟାନ ଦେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: ଆର୍ଥିକ କ୍ଷତି ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଆଳସ୍ୟତା ଏବଂ ଅନାଗ୍ରହ ଭାବ ଜାଗ୍ରତ ହେବ । ମାନସିକ ଅସ୍ଥିରତା, ଚିଡ଼ିଚିଡ଼ାପଣ ଓ ପରିବାରରେ ବିବାଦ ଦେଖାଦେବ । ଧନକୁ ନେଇ ବିବାଦ ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବିଦ୍ୟାର୍ଥୀ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଧନକ୍ଷତି କରିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୬, ଆରାଧନା-ମା’ ଛିନ୍ନମସ୍ତା ।

ତୁଳା : ଧନ, ମାନ, ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ସମସ୍ତଙ୍କର ପ୍ରଶଂସାଭାଜନ ହେବେ । ପରିବାରକୁ ଆଜି ଅଧିକ ସମୟ ଦେବେ ଓ ପରିବାର ସଦସ୍ୟଙ୍କ ସହିତ କୌଣସି ଶୁଭକର୍ମରେ ଯୋଗଦାନ କରିବେ । ବିଦ୍ୟାର୍ଥୀ ସ୍ୱକର୍ମରେ ଅଧିକ ସମୟ ଦେବେ । ମହିଳାମାନେ ପରିବାର ପ୍ରତି ବିନୟୀ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା-ମା’ ବିମଳା ।

ବିଛା : ଅପବ୍ୟୟ, ଅପବାଦ ଓ ଅପଯଶମୁକ୍ତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ଓ ବ୍ୟୟ ବହୁତ କମ୍‌ ହେବ । ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିବେ । କର୍ମରେ ସଫଳତା ଓ ସମସ୍ତ ବାକିଥିବା କାମ ଆଜି ଶେଷ କରିବେ । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଯୋଜନା କରିବେ କିମ୍ବା ଗୃହ ନିର୍ମାଣ ଆରମ୍ଭ କରିବେ । ବିଦ୍ୟାର୍ଥୀ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବଗଳାମୁଖୀ ।

ଧନୁ: ଏକାଦଶ ଚନ୍ଦ୍ର ହେତୁ ଆୟ ଅତି ଉତ୍ତମ ରହିବ ଓ କୌଣସି ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଦରମାରେ କିଛି ଅଧିକା ମିଳିପାରେ । ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିବେ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ବିଦ୍ୟାର୍ଥୀ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ମା’ ତାରା ।

ମକର: କର୍ମରେ ଉନ୍ନତି ଓ କର୍ମ ପ୍ରତି ଏକାଗ୍ରତା ଏବଂ ଆନ୍ତରିକତା ଭାବ ଜାଗ୍ରତ ହେବ । କର୍ମରେ ଆଜି ବ୍ୟସ୍ତ ରହିବେ ଓ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ମାନସିକ, ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ କର୍ମରେ ଅଧିକ ପରିଶ୍ରମ କରିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇବେ । ମନରେ ଅସ୍ଥିରତା ଓ ଅବସୋସ ଭାବ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ବ୍ୟବସାୟରେ ମନ ବିଶେଷ ଲାଗିବ ନାହିଁ । କର୍ମରେ ବିଫଳତା ଓ ମାନ ସମ୍ମାନ ହାନି ଏବଂ ପଦସ୍ଥ କର୍ମ•ରୀଙ୍କ ସହ ବିବାଦ ହେବ । ବିଦ୍ୟାର୍ଥୀ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ କାଳୀ ।

ମୀନ: ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ ଓ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବାଧାବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ରେବତୀ ମୀନ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ଧୂମାବତୀ ।

Spread the love