ଦୈନିକ ରାଶିଫଳ (ବୁଧବାର, ୭/୪/୨୦୨୧)

ମେଷ: ଦିବା ୩ଟା ପର୍ଯ୍ୟନ୍ତ ଦଶମ ଚନ୍ଦ୍ର ଓ ପରେ ଏକାଦଶ ଚନ୍ଦ୍ର ହେତୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଧନ ସଦ୍‌ ବିନିଯୋଗ, ଉନ୍ନତିମୂଳକ କର୍ମାରମ୍ଭ, ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା, ଆକସ୍ମିକ ଧନଲାଭ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ଧ୍ୟାନ ଦେବେ । ମହିଳାମାନେ ସଞ୍ଚୟ କରିବାରେ ଆଗ୍ରହୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ମା’ ଚଣ୍ଡୀ ।

ବୃଷ: ଦିବା ୩ଟା ପର୍ଯ୍ୟନ୍ତ ନବମ ଚନ୍ଦ୍ର ହେତୁ ଗୁରୁଜନଙ୍କ ସହ ବିବାଦ, ମାନ ସମ୍ମାନ ହାନି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଓ ଇତର ଜନଠାରୁ ଅପମାନ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ ପଦସ୍ଥ କର୍ମ•ରୀଙ୍କ ରୋଷର ଶିକାର ହେବେ । ଦିବା ୩ଟା ପରେ ଦଶମ ଚନ୍ଦ୍ର ହେଲା ପରେ ସମସ୍ତ କର୍ମରେ ଶୁଭଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-ପ୍ରଭୁ ଶ୍ରୀରାମ ।

ମିଥୁନ: ଦିବା ୩ଟା ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ହେବେ ଏବଂ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବାଧାବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଧନକ୍ଷତି, ମନ ଅସ୍ଥିର ଓ ପରିବାରରେ ବିବାଦ ଦେଖାଦେବ । ଯେଉଁମାନଙ୍କର ମୃଗଶିରା ମିଥୁନ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୬, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: ଘାତବାର ଓ ଦିବା ୩ଟା ପରେ ଅଷ୍ଟମ ଚନ୍ଦ୍ର ହେତୁ ଦିନଟି ମଧ୍ୟମ ଫଳଦାୟକ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଆଂଶିକ ସଫଳତା ଓ ମନୋବଳ ଦୁର୍ବଳ ହେବ । ଦିବା ୩ଟା ପରେ ଅଷ୍ଟମ ଚନ୍ଦ୍ର ହେତୁ ଆର୍ଥିକ କାରବାର ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଥଣ୍ଡାରୋଗରେ ପଡ଼ିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଦିବା ୩ଟା ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ଶତ୍ରୁବୃଦ୍ଧି, ଶାରୀରିକ ପୀଡ଼ା, ପରିବାରରେ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ବହୁ ପରିଶ୍ରମରେ କିଛି ଶୁଭଫଳ ମିଳିବ । ଅପରାହ୍ନ ୩ଟା ପରେ ସମସ୍ତ କର୍ମରେ କିଛି ଶୁଭଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମଠାରୁ ଦୂରେଇଯିବେ । ମହିଳାମାନେ ପରିବାରରେ ବିବାଦର କାରଣ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: ଦିବା ୩ଟା ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ହେତୁ ବିନା କାରଣରେ •ପଗ୍ରସ୍ତ ରହିବେ ଓ ମନରେ ବିଷଣ୍ଣଭାବ ପ୍ରକାଶ ପାଇବ । ଯେତେ ସଫଳତା ମିଳିଲେ ମଧ୍ୟ ଆତ୍ମସନ୍ତୋଷ ପାଇବେ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ମା’ ଷୋଡ଼ଶୀ ।

ତୁଳା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ କରିବେ । କର୍ମରେ ସଫଳତା ଓ ସମସ୍ତ କର୍ମ•ରୀଙ୍କ ସହଯୋଗ ଲାଭ କରିବେ । ନୂତନ ଯାନ କିମ୍ବା ଭୂମି କ୍ରୟ କରିପାରନ୍ତି । ଦିବା ୩ଟା ପରେ ପଞ୍ଚମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଓ ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବୁଲାବୁଲିରେ ବେଶି ମନଦେବେ । ମହିଳାମାନେ ବସନଭୂଷଣ କ୍ରୟ କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ସମଲେଶ୍ୱରୀ ।

ବିଛା : ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ଆର୍ଥିକ ଅବସ୍ଥା ସୁଧୁରିଯିବ । କର୍ମରେ ସଫଳତା ଓ ସମ୍ମାନ ଲାଭ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭାଇଭଉଣୀଙ୍କ ପ୍ରତି ସ୍ନେହ ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ଅତିଥି ସେବା କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ ।

ଧନୁ: ଧନକ୍ଷତି ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ସ୍ୱଜନରେ ବିବାଦ, ଶାରୀରିକ ପୀଡ଼ା ଓ ପରିବାରରେ ଅଶାନ୍ତି ଦେଖାଦେବ । କର୍ମ ପ୍ରତି ଅବହେଳା ଓ ଆଳସ୍ୟତା ଭାବ ଜାଗ୍ରତ ହେବ ଏବଂ ସମସ୍ତ କର୍ମରେ ବିଫଳତାର ସାମ୍ନା କରିବେ । ଦିବା ୩ଟା ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ ଆଂଶିକ ଶୁଭଫଳ ମିଳିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅପବ୍ୟୟ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା- ପ୍ରଭୁ ଗଣେଶ ।

ମକର: ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ପଦମର୍ଯ୍ୟାଦା ବଜାୟ ରହିବ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଓ ଧନ, ମାନ, ସମ୍ମାନ ବୃଦ୍ଧି ପାଇବ । ଦିବା ୩ଟା ପରେ ସାମାନ୍ୟ ପୀଡ଼ା, ମନରେ ଅସ୍ଥିରତା ପ୍ରକାଶ ପାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଆଗ୍ରହୀ ହେବେ । ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଦ୍ୱାଦଶ ଓ ଶ୍ରୀଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଆଜି ଆପଣଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ କାମର ସମାଧାନ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ । ମାନସିକ, ପାରିବାରିକ ଶାନ୍ତି ଓ ସମସ୍ତ ଦୁଶ୍ଚିନ୍ତାରୁ ମୁକ୍ତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ- କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ କାଳୀ ।

ମୀନ: ଦିବା ୩ଟା ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ହେତୁ ଆୟ ଅତି ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । କର୍ମରେ ଆତ୍ମବିଶ୍ୱାସ ଓ ମନୋବଳ ଦୃଢ଼ ହେବ । ଅପରାହ୍ନ ୩ଟା ପରେ ଘାତଚନ୍ଦ୍ର ହେତୁ ଆର୍ଥିକ କାରବାର, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ସଞ୍ଚୟ କରିବାରେ ଆଗ୍ରହୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା-ମା’ ଧୂମାବତୀ ।

Spread the love