ଦୈନିକ ରାଶିଫଳ (ସୋମବାର, ୫/୪/୨୦୨୧)

ମେଷ: ଦିବା ୮ଟା ୦୫ ମିନିଟ୍‌ ଗତେ ଦଶମ ଚନ୍ଦ୍ର ହେତୁ କର୍ମରେ ଉନ୍ନତି ଓ ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ସମସ୍ତ କର୍ମରେ ସଫଳତା ଓ ସ୍ୱଳ୍ପ ପରିଶ୍ରମ ତଥା ଉଦ୍ୟମରେ ଆଶାଠାରୁ ଅଧିକ ସଫଳତା ମିଳିବ । କର୍ମ ଚଞ୍ଚଳ, କର୍ମ ତତ୍ପର ଓ ମନରେ ଉତ୍ସାହ, ଉଦ୍ଦୀପନା ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ହନୁମାନ ।

ବୃଷ: ଦିବା ୦୮ଟା ୦୫ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ମାନସମ୍ମାନ ହାନି ଓ ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମସ୍ଥାନରେ ମାନସମ୍ମାନ ହାନି ଓ ପଦସ୍ଥ କର୍ମ•ରୀଙ୍କ ସହ ମତଭେଦ ଘଟିବ । ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଅପମାନ, ଅପଯଶ ପାଇବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୨, ଆରାଧନା-ପ୍ରଭୁ ଶ୍ରୀରାମ ।

ମିଥୁନ: ଦିବା ୮ଟା ୦୫ ମିନିଟ୍‌ ପରେ ଅଷ୍ଟମ ଚନ୍ଦ୍ର ହେତୁ ଧନ କ୍ଷତି, ମନରେ ବିରକ୍ତିଭାବ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ । କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଆର୍ଥିକ କାରବାର କଲାବେଳେ ଓ ଦୁର୍ଘଟଣା ପ୍ରତି ସତର୍କ ହେବେ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ମା ତ୍ରିପୁର ସୁନ୍ଦରୀ ।

କର୍କଟ: ସ୍ତ୍ରୀ ସୌଖ୍ୟ ଓ ସ୍ତ୍ରୀ ହେତୁକ ଧନ ଲାଭର ଯୋଗ ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ । ମୂଲ୍ୟବାନ ଧାତୁ, ବସନ, ଭୂଷଣ କ୍ରୟ କରିବେ । ପରିବାରରେ ସୁଖ,ଶାନ୍ତିର ପରିବେଶ ରହିବ ତଥା ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଆଭୂଷଣପ୍ରିୟା ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧, ଆରାଧନା-ଭଗବାନ ଶିବ ।

ସିଂହ : ଘାତଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ବିବାଦ, ପରିବାରରେ କଳହ, ସ୍ୱାସ୍ଥ୍ୟରେ ଅବନତି ଓ ଶତ୍ରୁ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ଆୟର ସିଂହଭାଗ ବଦ୍‌ଖର୍ଚ୍ଚରେ ଯିବ । କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ମତଭେଦ ଘଟିବ । ଉଚିତ୍‌ କର୍ମକୁ ଛାଡ଼ି ଅନୁଚିତ୍‌ କର୍ମରେ ବେଶୀ ଧ୍ୟାନ ରହିବ ଓ ପଡ଼ୋଶୀଙ୍କ ସହିତ ତିକ୍ତତା ବୃଦ୍ଧି ପାଇବ । ଯେଉଁମାନଙ୍କର ପୂର୍ବା ଫାଲ୍‌ଗୁନୀ ସିଂହ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ମାତଙ୍ଗୀ ।

କନ୍ୟା: ବିଦ୍ୟା, ବୁଦ୍ଧି ଓ ଜ୍ଞାନ, ଗରିମାର ଅସଦ୍‌ ବିନିଯୋଗ କରିବେ । ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ ମାନ, ସମ୍ମାନ ହାନି ଘଟିବ । ପିତାମାତାଙ୍କ ସହ ମତଭେଦ କିମ୍ବା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

ତୁଳା : ପରିବହନ ବ୍ୟବସାୟରେ ଆଜି ଅଧିକ ଲାଭ ହେବ ଓ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିବେ । କର୍ମରେ ସଫଳତା ଓ ମାନ, ସମ୍ମାନ ବୃଦ୍ଧି ପାଇବ । ପୁରାତନ ବିବାଦ ଓ ଜମିଜମା ବିବାଦର ଆପୋଷ ସମାଧାନ ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ ଓ କୌଣସି ସଂଗଠନର ନେତୃତ୍ୱ ନେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବୁଲାବୁଲିରେ ମନ ଦେବେ । ମହିଳାମାନେ ବସନ, ଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା-ମା’ ଗାୟତ୍ରୀ ।

ବିଛା : ମାନସିକ, ପାରିବାରିକ ଶାନ୍ତି, ଭାଇ, ଭଉଣୀଙ୍କ ସହ ସୁସମ୍ପର୍କ ଓ ପରିବାରରେ ସ୍ୱର୍ଗ ସୁଖ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମରେ ସଫଳତା, ଯଶ, ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ କାର୍ତ୍ତିକେୟ ।

ଧନୁ: ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ତଥା ବ୍ୟୟ ଅଧିକ ହେବ । କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଧନକୁ ନେଇ ବିବାଦ ଦେଖାଦେଇପାରେ । ଯେଉଁମାନଙ୍କର ମୂଳା ଧନୁ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଧନକ୍ଷତି କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା- ମା’ ସମଲେଶ୍ୱରୀ ।

ମକର: ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା ହେବ । ମନରେ ପ୍ରସନ୍ନତା ଭାବ ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ସମସ୍ତଙ୍କର ପ୍ରିୟପାତ୍ର ହେବେ । ଧନ, ମାନସମ୍ମାନ ଓ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ସୁଖ ଓ ସୌଭାଗ୍ୟର ଅଧିକାରିଣୀ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।

କୁମ୍ଭ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ଓ ବ୍ୟୟ ବହୁତ କମ୍‌ ରହିବ । ଆର୍ଥିକ ସ୍ଥିତି ସୁଧୁରିଯିବ । ଅଯଥା ଖର୍ଚ୍ଚାନ୍ତ, କୁଚିନ୍ତା, କୁସଙ୍ଗ ପ୍ରତି ଘୃଣା ଜାତ ହେବ । ମନରେ ସତ୍‌ଚିନ୍ତା, ସଦ୍‌ଭାବନା ଓ ଧାର୍ମିକ ଚିନ୍ତା ପ୍ରକାଶ ପାଇବ । କର୍ମରେ ସଫଳତା ଓ ସ୍ପଳ୍ପ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ- କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ ଚଣ୍ଡୀ ।

ମୀନ: ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଅତି ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ । ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିବେ ତଥା ଗୃହ ନିର୍ମାଣ କର୍ମ ଆରମ୍ଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସମ୍ମାନ ପାଇବେ । ମହିଳାମାନେ ସଂଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା ।

Spread the love