ଦୈନିକ ରାଶିଫଳ (ଶୁକ୍ରବାର,୨/୪/୨୦୨୧)

ମେଷ: ମାନସିକ ଅସ୍ଥିରତା, ଧନକ୍ଷତି, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ବିନା କାରଣରେ ଶତୃବୃଦ୍ଧି ଓ ବିପଦରେ ପଡ଼ିବେ । ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ପରିବାରରେ ଅଶାନ୍ତି ସୃଷ୍ଟି କରିବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ ।

ବୃଷ: ସୁଖ, ସୌଭାଗ୍ୟର ଅଧିକାରୀ ହେବେ ଓ ମନରେ ପ୍ରସନ୍ନତା ଭାବ ବିରାଜମାନ କରିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ବ୍ୟବସାୟରେ ଆଜି ବହୁତ କମ୍‌ ସମୟ ଦେବେ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ତଥା ପରିବାରରେ ସ୍ୱର୍ଗ ସୁଖ ଅନୁଭବ କରିବେ । ପରିବାରକୁ ଅଧିକ ସମୟ ଦେବେ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆନମନା ହେବେ । ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା-ମା’ ଗାୟତ୍ରୀ ।

ମିଥୁନ: ଆକର୍ଷଣୀୟ ବ୍ୟକ୍ତିତ୍ୱ, ଭାବପୂର୍ଣ୍ଣ କଥାବାର୍ତ୍ତାରେ ସମସ୍ତଙ୍କୁ ବଶୀଭୂତ କରିବେ । କଥାବାର୍ତ୍ତାକୁ ଆକର୍ଷଣୀୟ କରିବା ପାଇଁ ମିଥ୍ୟାର ଆଶ୍ରୟ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଶରୀର ରୋଗମୁକ୍ତ ହେବ ଓ ଶତୃମାନଙ୍କୁ ବଶୀଭୂତ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ଆକାଶିଆ, ଶୁଭସଂଖ୍ୟା-୪, ଆରାଧନା-ମା’ ଛିନ୍ନମସ୍ତା ।

କର୍କଟ: ମାନ, ସମ୍ମାନ ହାନି, ସନ୍ତାନ ହେତୁକ ଦୁଶ୍ଚିନ୍ତା ଓ ନିଜର ପ୍ରିୟବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ମତାନ୍ତର ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଆର୍ଥିକ ଅବସ୍ଥା ବିଗିଡ଼ିଯିବ । କର୍ମରେ ବିଫଳତା ଓ ମାନ,ସମ୍ମାନ ହାନି ଭଳି ପରିସ୍ଥିତି ଉପୁଜିପାରେ । ସନ୍ତାନମାନେ ଅବଜ୍ଞା କରିବେ ଓ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଲେଷା କର୍କଟ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରୁ ଦୂରେଇ ଯିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ମା’ ସମଲେଶ୍ୱରୀ ।

ସିଂହ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ପରିବହନ ବ୍ୟବସାୟ ଆଜି ଲାଭଦାୟକ ହେବ । ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିବେ । ପୁରାତନ ବିବାଦ ଓ ମାଲିମକଦ୍ଦମାରେ ବିଜୟ ହାସଲ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଆଭୂଷଣ ପ୍ରିୟା ହେବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: ସଦ୍‌ଭାବନା, ସତ୍‌ଚିନ୍ତା ଓ ସକାରତ୍ମକ ଚିନ୍ତା ମନରେ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବ୍ୟବସାୟରେ ଉନ୍ନତି ଘଟିବ । କର୍ମରେ ସଫଳତା ଓ ପଦମର୍ଯ୍ୟାଦା ବଜାୟ ରହିବ । ନୂତନ କର୍ମାରମ୍ଭ କିରପାରନ୍ତି ଓ ନୂତନ ନିଯୁକ୍ତି ମିଳିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ମା ଷୋଡ଼ଶୀ ।

ତୁଳା : ଧନ କ୍ଷତି, ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ । ବଦ୍‌ଖର୍ଚ୍ଚ ଆଜି ବହୁତ ହେବ । ଆର୍ଥିକ କାରବାର କଲାବେଳେ ସତର୍କ ରହିବେ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି । କର୍ମରେ ଅନାଗ୍ରହ ଓ ଆଳସ୍ୟତା ଭାବ ଜାଗ୍ରତ ହେବ ତଥା ବହୁ ପରିଶ୍ରମ ସତ୍ତେ୍ୱ କର୍ମରେ ସ୍ୱଳ୍ପ ଫଳ ମିଳିବ । ଧନକୁ ନେଇ ବିବାଦ ଓ ଅସୁବିଧାରେ ପଡ଼ିପାରନ୍ତି । ଯେଉଁମାନଙ୍କର ବିଶାଖା ତୁଳା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଧନ ଅପବ୍ୟୟ କରିବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୨, ଆରାଧନା-ମା’ କମଳା ।

ବିଛା : ଶ୍ରୀ ଚନ୍ଦ୍ର ଶ୍ରୀୟଂ ଦଦ୍ୟାତ୍‌ । ଅର୍ଥାତ୍‌ ଆଜି ଆପଣଙ୍କୁ ଧନ, ମାନ, ସମ୍ମାନ, ସୁଖ୍ୟାତି, ପ୍ରଶଂସା ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ପ୍ରଶଂସା, ପଦମର୍ଯ୍ୟାଦା ମିଳିବ । ସାମାଜିକ ପ୍ରତିଷ୍ଠା ଓ ଜନ ସମ୍ପର୍କ ବୃଦ୍ଧି ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ସୁଖ ସୌଭାଗ୍ୟର ଅଧିକାରିଣୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବଗଳାମୁଖୀ ।

ଧନୁ: ବଦ୍‌ ଖର୍ଚ୍ଚ, କୁଭାବନା ଓ ଅପବାଦ, ଅପଯଶ ମୁକ୍ତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ । ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିବେ ଓ ସଦ୍‌ ଖର୍ଚ୍ଚରେ ଧନ ବ୍ୟୟ କରିବେ । କର୍ମରେ ସଫଳତା ଓ ସମସ୍ତ ବକେୟା କର୍ମକୁ ଆଜି ସଫଳତାର ସହ ସମ୍ପାଦନ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା- ମା’ ଧୂମାବତୀ ।

ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଆୟ ଅଧିକ ଆସିବା ପାଇଁ ନୂତନ କଳା କୌଶଳ ଓ ବାକ୍‌ •ତୁରୀ ପ୍ରକାଶ ପାଇବ । ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ ଓ କୌଣସି ଆର୍ଥିକ ସଂସ୍ଥାରେ ଧନ ଜମା କରିବେ ତଥା କର୍ମରେ ଆଶାଠାରୁ ଅଧିକ ସଫଳତା ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

କୁମ୍ଭ: କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ଅଧିକ ରହିବ । କର୍ମରେ ଉନ୍ନତି କରିବା ପାଇଁ ନୂତନ କଳା କୌଶଳ ଆପଣାଇବେ । ଦରମାରେ କିଛି ବୃଦ୍ଧି କିମ୍ବା ଉଚ୍ଚ ପଦବୀ ମିଳିପାରେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ମନରେ ଉତ୍ସାହ, ଉଦ୍ଦୀପନା ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅଧିକ ଉନ୍ନତି କରିବେ । ମହିଳମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଶୁଭରଙ୍ଗ- ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।

ମୀନ: ଘାତବାର ଓ କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ଭାଗ୍ୟରେ ବିପର୍ଯ୍ୟୟ ଘଟିବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମରେ ମାନ, ସମ୍ମାନ ହାନି ଓ ପଦସ୍ଥ କର୍ମ•ରୀଙ୍କ ରୋଷର ଶିକାର ହେବେ । ମାନସିକ ଅସ୍ଥିରତା, ଗୁରୁଜନଙ୍କ ସହ ବିବାଦ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ହୋଇପାରେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସତର୍କ ରହିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଗଣେଶ ।

Spread the love