ଦୈନିକ ରାଶିଫଳ (ସୋମବାର, ୦୧/୩/୨୦୨୧)

*ମେଷ:* ମାନସିକ ଦୁଶ୍ଚିନ୍ତା, ପରିବାରରେ ବିବାଦ ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମରେ ବିଫଳତା, ସହକର୍ମୀଙ୍କଠାରୁ ଅପମାନ ଓ ପଦସ୍ଥ କର୍ମ•ରୀଙ୍କ କ୍ରୋଧର ଶିକାର ହୋଇପାରନ୍ତି । ସନ୍ତାନମାନେ ଅବଜ୍ଞା କରିବେ ଓ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଦିବା ୩ଟା ୧୦ ମିନିଟ୍‌ ପରେ ଷଷ୍ଠ ଚନ୍ଦ୍ର ହେତୁ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଘଟିବ ଓ ସମସ୍ତ କର୍ମରେ କିଛି ଶୁଭଫଳ ପାଇବେ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା – ମା’ ଚଣ୍ଡୀ ।

*ବୃଷ:* ଦିବା ୩ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା ଏବଂ ସହକର୍ମୀଙ୍କ ସହାୟତା ମିଳିବ । ସ୍ୱଜନ, ପ୍ରିୟଜନଙ୍କ ସହ ମଧୁର ସମ୍ପର୍କ ଓ ମାଲିମକଦ୍ଦମାରେ ବିଜୟ ହାସଲ କରିବେ । ଦିବା ୩ଟା ୧୦ ମିନିଟ୍‌ ପରେ ଘାତଚନ୍ଦ୍ର ହେତୁ ଅପମାନ, ଅପଯଶ ଓ ସନ୍ତାନମାନେ ଅବମାନନା କରିବେ ଓ ମନ ବିଷାଦଗ୍ରସ୍ତ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୧୨, ଆରାଧନା-ମା’ କମଳା ।

*ମିଥୁନ:* ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହାୟତା ଏବଂ ପଡ଼ୋଶୀଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା ହେବ । ଜମିଜମା ବିବାଦ, ଗୃହ ବିବାଦର ସମାଧାନ ହୋଇଯାଇପାରେ । କର୍ମରେ ସଫଳତା ଓ ଆତ୍ମସନ୍ତୋଷ ଲାଭ କରିବେ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଆଭୂଷଣପ୍ରିୟ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୪, ଆରାଧନା-ଭଗବାନ ବିଷ୍ଣୁ ।

*କର୍କଟ:* ଦିବା ୩ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ । ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିପାରନ୍ତି । ଦିବା ୩ଟା ୧୦ ମିନିଟ୍‌ ପରେ ତୃତୀୟ ଚନ୍ଦ୍ର ହେତୁ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ ଆଂଶିକ ଶୁଭଫଳ ମିଳିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଥଣ୍ଡାରୋଗରେ ପଡ଼ିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

*ସିଂହ :* ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ମାନସିକ, ପାରିବାରିକ ଶାନ୍ତି ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦିବା ୩ଟା ୧୦ ମିନିଟ୍‌ ପରେ ଦ୍ୱିତୀୟ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା ଓ ଶାରୀରିକ ପୀଡ଼ା ଭୋଗିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମଠାରୁ ଦୂରେଇଯିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଗଣେଶ ।

*କନ୍ୟା:* ଦିବା ୩ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ । କର୍ମରେ ସଫଳତା, ସମସ୍ତ ଅଟକିଥିବା କାମ ସୁରୁଖୁରୁରେ ସମ୍ପାଦନ କରିବେ । ଏହା ପରେ ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ ଓ କୌଣସି ଶୁଭକର୍ମରେ ପରିବାର ସହିତ ଯୋଗଦାନ କରିବେ । ପରିବାରରେ ସୁଖ, ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ କର୍ମରେ ଅଧିକ ସମୟ ଦେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା-ମା’ ଷୋଡ଼ଶୀ ।

*ତୁଳା :* ଏକାଦଶ ଓ ଦ୍ୱାଦଶ ଚନ୍ଦ୍ର ଉଭୟ ଆଜି ଭୋଗ ହେଉଥିବା ହେତୁ ଆୟ ଅଧିକ ଏବଂ ବ୍ୟୟଭାର କମ୍‌ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ଉନ୍ନତିମୂଳକ କର୍ମରେ ଧନ ଖର୍ଚ୍ଚ କରିବେ । ଗୃହ ନିର୍ମାଣ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମରେ ଧନ ଖର୍ଚ୍ଚ କରିପାରନ୍ତି । ଋଣମୁକ୍ତ ହେବେ କିମ୍ବା ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଧ୍ୟାନ ଦେବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା- ପ୍ରଭୁ ଶ୍ରୀରାମ ।

*ବିଛା :* ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ନିଜସ୍ୱ କର୍ମ, ଗୃହ କର୍ମ ଓ ସମସ୍ତ କର୍ମରେ ଅଭୂତପୂର୍ବ ସଫଳତା ମିଳିବ । ସମସ୍ତ କଷ୍ଟସାଧ୍ୟ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ସ୍କନ୍ଦ ।

*ଧନୁ:* ଦିବା ୩ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ମାନ ସମ୍ମାନ ହାନି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ଗୁରୁଜନଙ୍କ ସହ ବିବାଦ ଓ ମନ ଭାରାକ୍ରାନ୍ତ ରହିବ । ଏ ସମୟ ଅତିକ୍ରାନ୍ତ କଲାପରେ ସ୍ଥିତିରେ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ କିଛି ଶୁଭଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନ ଦେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ମା’ ତାରା ।

*ମକର:* ଦିବା ୩ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର ଏବଂ ଦୁର୍ଘଟଣା ପ୍ରତି ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ । ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିପାରନ୍ତି । ମନ ବିଷାଦଗ୍ରସ୍ତ ହେବ ଓ କୌଣସି ପ୍ରିୟବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା- ମା’ ଦୁର୍ଗା ।

*କୁମ୍ଭ:* ଦିନଟି ମଧ୍ୟମ ଫଳଦାୟକ ହେବ । ଦିବା ୩ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଓ ପରେ ଅଷ୍ଟମ ଚନ୍ଦ୍ର ହେତୁ ପ୍ରଥମ ଭାଗରେ ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । ଦିବସରେ ଶେଷଭାଗରେ ମାନସିକ ଅସ୍ଥିରତା, ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା, ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ପରିବାରରେ କଳହ ସୃଷ୍ଟି କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା- ମା’ ଦକ୍ଷିଣକାଳୀ ।

*ମୀନ:* ଯଶ, ସମ୍ମାନ, ଜନ ସମ୍ପର୍କ ବୃଦ୍ଧି ପାଇବ । ଶରୀର ରୋଗମୁକ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ମାନସିକ, ପାରିବାରିକ ଶାନ୍ତି ଓ ମନରେ ଉତ୍ସାହ ଉଦ୍ଦୀପନାଭାବ ଜାଗ୍ରତ ହେବ । ଆର୍ଥିକ ଅବସ୍ଥାରେ ଉନ୍ନତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମରେ ବ୍ୟସ୍ତ ରହିବେ କିମ୍ବା କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ପରିବାରର ସେବା କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୭, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।

Spread the love