ଟିକା, ଅକ୍ସିଜେନ୍, ଅନଲାଇନ୍ ଔଷଧ ନାଁରେ ହେଉଛି ସାଇବର ଠକେଇ : ସତର୍କ ରହିବାକୁ ପରାମର୍ଶ ଦେଲେ ଡିଜିପି

ଭୁବନେଶ୍ୱର : କରୋନା ସମୟରେ ସାଇବର କ୍ରିମିନାଲ ମାନେ ସକ୍ରିୟ ହୋଇଯାଇଛନ୍ତି । ଲୋକଙ୍କ ଅସହାୟତାର ସୁଯୋଗ ନେଇ ସେମାନେ ଠକୁଛନ୍ତି । ବିଶେଷ କରି ଟିକା , ଅକ୍ସିଜେନ୍ , ଅନଲାଇନ୍ ଔଷଧ ଓ ଟେଲି ମେଡିସିନ୍ ନାଁରେ ଠକେଇ ହେଉଛି । ତେଣୁ ସେମାନଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୋଲିସ୍ ଡିଜି ଶ୍ରୀ ଅଭୟ ।

ରାଜ୍ୟ ସରକାରଙ୍କ କୋଭିଡ୍ ସଚେତନତା ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ ଟିକାକରଣ ନାଁରେ ନକଲି ପୋର୍ଟାଲରୁ ଦୂରେଇ ରୁହନ୍ତୁ । ରେଜିଷ୍ଟ୍ରେସନ ପାଇଁ ୩ଟି ଅସଲି ପୋର୍ଟାଲ ରହିଛି । କୋୱିନ, ଆରୋଗ୍ୟ ସେତୁ ଓ ଉମଙ୍ଗ ପୋର୍ଟାଲର ହିଁ ବ୍ୟବହାର କରନ୍ତୁ । ସେହିପରି ଅକ୍ସିଜେନ୍ ପାଇଁ ଆଗୁଆ ଟଙ୍କା ମଗାଯାଉଥିଲେ ସତର୍କ ରୁହନ୍ତୁ । ଅନଲାଇନ୍ ଔଷଧ କିଣୁଥିଲେ ମଧ୍ୟ ସଜାଗ ରୁହନ୍ତୁ । କୋଭିଡ୍ ସର୍ଭେ ନାଁରେ ମଧ୍ୟ ଠକେଇ ହେଉଛି । ନିଜ ବ୍ୟକ୍ତିଗତ ତଥ୍ୟ ଅନଲାଇନ୍ ରେ ସେୟାର କରିବା ବେଳେ ସତର୍କ ରୁହନ୍ତୁ । ଅପରପକ୍ଷରେ କରୋନା କାଳରେ କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ୩,୧୬,୬୮୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେମାନଙ୍କଠାରୁ ମୋଟ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଫାଇନ୍ ଆଦାୟ କରାଯାଇଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।

Spread the love