ଧାରୁଆ ବ୍ଲେଡ଼ରେ ଯୁବକଙ୍କ ଗଳା କାଟିଲେ ଦୁର୍ବୁତ୍ତ

ବ୍ରହ୍ମପୁର : ବ୍ରହ୍ମପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁଣି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଛି । ସୂଚନା ଯେ, ଆଙ୍କୁଲି ଅଞ୍ଚଳର ଶୁଭମ ବେହେରା ଶନିବାର ସକାଳେ ଗୋପାଳପୁର ରାସ୍ତାରେ ଥିବା ଡୁରା ଛକ ନିକଟସ୍ଥ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଠିକ ସେହି ସମୟରେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ଏକ ଧାରୁଆ ବ୍ଲେଡ଼ରେ ଆକ୍ରମଣ କରିଥିଲେ । ଫଳରେ ଶୁଭମ ଗୁରୁତର ହୋଇ ପଡିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ସାଙ୍ଗ ସାଥି ପରିବାରକୁ ଏନେଇ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକାଟାପନ୍ନ ଥିବା ପରିବାରବର୍ଗ କହିଛନ୍ତି। ତେବେ ତାଙ୍କର ଗଳାରେ ତିନୋଟି ଓ ହାତରେ ତିନିଟି ସ୍ଥାନରେ ଆଘାତ ଲାଗିଛି ।

Spread the love