ଟିକା ନେଲେ ବି ହୋଇପାରେ କୋଭିଡ ସଂକ୍ରମଣ

ଭୁବନେଶ୍ୱର : ଟିକା ନେଲେ ବି ହୋଇପାରେ କୋଭିଡ ସଂକ୍ରମଣ । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ଟିକା ନେଲେ ମୃତ୍ୟୁହାର କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ କିଛି ଜିଲ୍ଲାରେ ଟିଏମ୍‌ସି ଖୋଲିଛି । ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଟିଏମ୍‌ସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟିଂ କରାଯିବ । ବର୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ଟି ସାଧାରଣ ବେଡ ରହିଛି । ସେଠି ୧୭.୫ ପ୍ରତିଶତ ରୋଗୀ ଅଛନ୍ତି ।

Spread the love