ସଟ୍ ଡାଉନ୍ ଘୋଷିତ ୧୦ ଜିଲ୍ଲାରେ ଶନିବାର, ରବିବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର : ସାପ୍ତାହିକ ସଟଡାଉନ୍ ଘୋଷଣା ହୋଇଥିବା ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ଦିନ କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମର କମିଶନରଙ୍କୁ ଚିଠି ଲେଖିଛନ୍ତି ।

ଆସନ୍ତାକାଲିଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସହରାଂଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେଉଥିବାରୁ କୋଭିଡ୍ ଟିକାକରଣକୁ ବାତିଲ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସମସ୍ତ ସହରାଂଚଳରେ ସାପ୍ତାହିକ ସଟ୍ ଡାଉନ୍ ବେଳେ ଟିକାକରଣ ବନ୍ଦ ରହିବ । ତେବେ ଜିଲ୍ଲାର ଅନ୍ୟ ଅଂଚଳଗୁଡ଼ିକରେ ଗାଇଡଲାଇନ୍ ଅନୁସାରେ ଟିକାକରଣ ପୂର୍ବଭଳି ଜାରି ରହିବ ।

Spread the love