କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ୨୧ ଆଇଏଏସ ଅଧିକାରୀଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ୨୧ ଆଇଏଏସ ଅଧିକାରୀଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହି ଅଧୀକାରୀମାନେ ବିଭିନ୍ନ ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ଗୁରୁବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇଏଏସ୍ ଅଧିକାରୀମାନେ ନିଜ ଦାୟିତ୍ୱ ସହ ଏହି ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ।

ବିଜ୍ଞପ୍ତି ଅନୁଯାୟୀ ଅନୁ ଗର୍ଗ ଓ ଡ. ଏନ. ଥିରୁମାଲା ନାଏକଙ୍କୁ ଭୁବନେଶ୍ୱର ସହର ଦାୟିତ୍ୱ ଦିଆଯାଇଥିବା ବେଳେ ମଧୁସୂଦନ ପାଢୀଙ୍କୁ ଭଦ୍ରକ ଓ ବାଲେଶ୍ୱର , ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ବଲାଙ୍ଗୀର , ବରଗଡ ଓ ନୂଆପଡା ଦାୟିତ୍ୱ ଦିଆଯାଇଛି । ସେହିପରି ନିକୁଂଜ ବିହାରି ଧଳଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ,ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୁରଭଂଜ ଓ କେନ୍ଦୁଝର, ଜି. ମାଥିଭାତନାନ୍ ଙ୍କୁ ଗଂଜାମ ଓ ଗଜପତି, ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର , ଜଗତସିଂହପୁର ଓ କେନ୍ଦ୍ରାପଡା, ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ , ଦେବଗଡ ଓ ଢେଙ୍କାନାଳ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ଚିତ୍ରା ଅରୁମୁଗମ୍ ଙ୍କୁ ସମ୍ବଲପୁର ଓ ସୁବର୍ଣ୍ଣପୁର, ଶାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ , ଭିଭି ୟାଦବ ଓ ରାସିଦ୍ ଖାନ୍ ଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ଜିଲ୍ଲା , ତେମଜେନୱାପଙ୍ଗ୍ ଆଓଙ୍କୁ ଗଜପତି, ଅନିଲ୍ କୁମାର ସାମଲଙ୍କୁ କଟକ ସହରାଂଚଳ, କଟକ ଗ୍ରାମଂଚଳ, ନୟାଗଡ, ପୁରୀ ଓ ଖୋର୍ଦ୍ଧା ଗ୍ରାମାଂଚଳ ଏବଂ ସୁଶାନ୍ତ ମହାପାତ୍ରଙ୍କୁ କଟକ ସହରାଂଚଳ ଓ କଟକ ଗ୍ରାମାଂଚଳ ଦାୟିତ୍ୱ ଦିଆଯାଇଛି ।

Spread the love