କମିଲା କୋଭାକ୍ସିନ୍ ଦର

କୋଭିସିଲ୍ଡ ଟିକା ପରେ କମିଲା କୋଭାକ୍ସିନ୍ ଦର
ନୂଆଦିଲ୍ଲୀ :ମେ ପହିଲାରୁ ପୁରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ ଟିକାକରଣ କରାଯିବ । ଏହି ବିଶାଳ ଟିକାକରଣ ପାଇଁ ରାଜ୍ୟ ମାନେ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଓଡ଼ିଶା ସରକାର ମଧ୍ୟ ଏଭଳି ମହାମାରୀ ସମୟରେ ପୁରା ରାଜ୍ୟ ବାସୀଙ୍କୁ ମାଗଣାରେ ଟୀକା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ।

ମାତ୍ର ଦୁଇଟି ଟିକାର ଭିନ୍ନ ଭିନ୍ନ ଦର ହୋଇଥିବାରୁ ରାଜ୍ୟ ବାସୀଙ୍କୁ କେଉଁ ଟୀକା ଦିଆଯିବ ତାକୁ ନେଇ ଲୋକ ଦ୍ୱନ୍ଦ ରେ ରହିଥିବା ବେଳେ ଗତ ବୁଧବାର ସେରମ ଇନଷ୍ଟିଟ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟୀକାର ଦର ହ୍ରାସ ପାଇଥିଲା । ଡୋଜ୍ ପିଛା ୪୦୦ ଟଙ୍କାରୁ ୩୦୦ ଟଙ୍କା କୁ ହ୍ରାସ ପାଇଥିଲା କୋଭିସିଲ୍ଡ ଟୀକା ଦର । ବର୍ତମାନ କୋଭାକ୍ସିନ୍ ଟୀକା ଦର ମଧ୍ୟ କମିଛି ବୋଲି ଟୀକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଡୋଜ୍ ପିଛା କୋଭାକ୍ସିନ୍ ଟୀକାର ଦର ରାଜ୍ୟ ସରକାର ମାନଙ୍କ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହାକୁ ୪୦୦ ଟଙ୍କାକୁ କମାଇ ଦିଆଯାଇଛି । ଏଣିକି ୪୦୦ ଟଙ୍କାରେ ରାଜ୍ୟ ସରକାର କୋଭାକ୍ସିନ୍ ଟୀକା କିଣିପାରିବେ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ କିନ୍ତୁ ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ଦର ଉଭୟ ଟୀକା ପ୍ରସ୍ତୁତ କାରୀ କମ୍ପାନୀ ହ୍ରାସ କରିନାହାନ୍ତି । ଘରୋଇ ହସ୍ପିଟାଲ ଗୁଡିକ ପୂର୍ବ ନିର୍ଦ୍ଧାରିତ ଦର ଅନୁଯାଇ କୋଭାକ୍ସିନ୍ ଓ କୋଭିସିଲ୍ଡ ଟୀକା କିଣି ପାରିବେ ।

Spread the love