୧୦ ଲକ୍ଷ ଛୁଇଁବ ରାଜ୍ୟରେ କରୋନା ଟିକାକରଣ

ଭୁବନେଶ୍ୱର : ଓଡ଼ିଶାରେ କରୋନା ଟିକାକରଣ ସଂଖ୍ୟା ୧୦ଲକ୍ଷ ଛୁଇଁବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ଲକ୍ଷ ୪ହଜାର ୮୪୫ଜଣ କରୋନା ଟିକା ଗ୍ରହଣ କରିସାରିଲେଣି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୮୭ହଜାର ୯୫୮ଜଣ ୬୦ବର୍ଷରୁ ଊର୍ଦ୍ଧ୍ୱ ନାଗରିକ ରହିଥିବାବେଳେ ୪୫ରୁ ୫୯ବର୍ଷ ଭିତରେ ୯ହଜାର ୪୦ଜଣ ରହିଛନ୍ତି । ଏହାବ୍ୟତୀତ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୩ଲକ୍ଷ ୩ହଜାର ୩୮୨ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଯାହାର ହାର ରାଜ୍ୟରେ ୯୦.୬% ରହିଛି । ସେହିପରି ୨ଲକ୍ଷ ୧୦ହଜାର ୫୪୨ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ଫଳରେ ବର୍ତ୍ତମାନ ୮୩.୫% ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେହିପରି ୧ ଲକ୍ଷ ୭୨ହଜାର ୬୭୮ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଲେଣି । ସେମାନଙ୍କ ମାତ୍ରା ବର୍ତ୍ତମାନ ସୁଦ୍ଧା ୭୭%ରେ ପହଞ୍ଚିଛି । ଏହାବ୍ୟତୀତ ୨୧ହଜାର ୨୪୫ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେମାନଙ୍କ ମାତ୍ରା ୯୨.୨%ରେ ହଞ୍ଚିଛି । ସୋମବାର ରାଜ୍ୟରେ ୫୪୧ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୧୧ହଜାର ୯୫୦ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଏହାବ୍ୟତୀତ ୧୪୭୫ହଜାର ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇଥିଲାବେଳେ ୨୧ହଜାର ୨୩୭ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ସୋମବାର ରାଜ୍ୟରେ ୪୮ହଜାର ୨୪ ଜଣ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଟିକା ନେଇଥିବାବେଳେ ବହୁବିଧ ରୋଗରେ ପୀଡ଼ିତ ଥିବା ୪୫ରୁ ୫୯ବର୍ଷ ଭିତରେ ୨୬୫୭ ଜଣ ଟିକା ନେଇଛନ୍ତି ।

Spread the love