ବାତ୍ୟାର ପ୍ରଭାବ ପଡିବାକୁ ଥିବା ଜିଲ୍ଲା ଗୁଡିକରେ ଟିକାକରଣ ବାଧା ପ୍ରାପ୍ତ ହେବ

ଭୁବନେଶ୍ୱର : ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା ‘ୟାସ’ । ସାମୁଦ୍ରିକ ଝଡକୁ ନେଇ ଏବେ ଠାରୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି । ଏଭଳି ସ୍ଥିତିରେ ରାଜ୍ୟରେ ଜାରି ରହିଥିବା ଟିକାକରଣକୁ ବାତ୍ୟାର ପ୍ରଭାବ ପଡିବାକୁ ଥିବା ଜିଲ୍ଲା ଗୁଡିକରେ ସାମୟିକ ଭାବରେ ବନ୍ଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ପ୍ରଭାବ ପଡିବାକୁ ଥିବା ଜିଲ୍ଲା ଗୁଡିକରେ ଟିକାକରଣ ବାଧା ପ୍ରାପ୍ତ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଆସନ୍ତା ୨୬ ତାରିଖରେ ବାତ୍ୟା ‘ୟାସ’ ଓଡ଼ିଶା ଓ ପଶ୍ଚିମବଙ୍ଗ ମଝିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ବେଳେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯିବା ସହିତ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ମାତ୍ରେ ବାସ ସ୍ଥାନ ଛାଡି ବାତ୍ୟା ଆଶ୍ରୟ ସ୍ଥଳକୁ ଯିବାକୁ ନିବଦେନ କରାଯାଇଛି ।

Spread the love