ଭାରତରେ କରୋନା ସ୍ଥିତି ସଙ୍ଗୀନ : ସହଯୋଗ ପାଇଁ ଡ୍ରାଗନର ଇଚ୍ଛା ପ୍ରକାଶ

ନୂଆଦିଲ୍ଲୀ : କରୋନା ମୁକାବିଲାରେ ଭାରତକୁ ସହାଯ୍ୟ କରିବ ଚୀନ । ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାମଧ୍ୟରେ ଡ୍ରାଗନ୍ ଭାରତକୁ ସହଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରଛି ।

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ, ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭାରତ ସହ ସେମାନେ ଆଲୋଚନା କରିବାକୁ ପ୍ରସ୍ତୁତ । ଭାରତର ଆବଶ୍ୟକତା ଅନୁସାରେ ଚୀନ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଁଛି । ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ବାଙ୍ଗ୍ ବେବିନ୍ କହିଛନ୍ତି ୟେ, ଭାରତରେ ସ୍ଥିତି ସଙ୍ଗୀନ ରହିଛି । ଏଠାରେ ମହାମାରୀ ରୋକିବା ପାଇଁ ଅନେତ ଜରୁରୀ ସାମଗ୍ରୀର ଅଭାବ ରହିଛି । ବାଙ୍ଗ୍ ଚୀନ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଭାରତରେ ବ୍ୟାପୁଥିବା ମହାମାରୀ ବିରୋଧରେ ଚୀନ କଣ କରୁଛି ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ବାଙ୍ଗ୍ କହିଥିଲେ ଯେ, ଚୀନ ଜରୁରୀ ସାହାଯ୍ୟ ପ୍ରଦାନ ପାଇଁ ପ୍ରସ୍ତୁତ ରହିଛି । ତେବେ ଏହି ସାହାଯ୍ୟରେ କଣ କଣ ସାମିଲ ଅଛି ତାହା ସେ ପ୍ରକାଶ କରିନାହାଁନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, କରୋନା ଭାଇରସ ମାନବସମାଜର ଶତ୍ରୁ ଅଟେ । ସାରା ବିଶ୍ୱକୁ ଏହି ମହାମାରୀ ବିରୋଧରେ ଲଢିବା ପାଇଁ ଏକ ହେବାର ଆବଶ୍ୟକତା ରହିଛି । ଗତବର୍ଷ ଭାରତ ବେଜିଂକୁ ଅନେକ ମେଡିକାଲ ସାମଗ୍ରୀ ପଠାଇଥିଲା । ସେହି ସମୟରେ ଚୀନରେ ସ୍ଥିତି ସଙ୍ଗୀନ ଥିଲା । ଭାରତରୁ ୧୫ ଟନର ମେଡିକାଲ ସରଞ୍ଜାମ ପହଁଚିଥିଲା । ଯେଉଁଥିରେ ମାସ୍କ, ଗ୍ଲୋଭସ୍ ଓ ଅନ୍ୟ ସାମଗ୍ରୀ ରହିଥିଲା । ଯାହାର ଦାମ୍ ମଧ୍ୟ ୨ କୋଟି ୧୧ ଲକ୍ଷରୁ ଅଧିକ ଥିଲା ।

Spread the love