କରୋନାରେ ରାଜ୍ୟରେ ଆଉ ୬୧ ଜଣଙ୍କର ମୃତୁ୍ୟ ଘଟିଛି

ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୬୧ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୪୭୬ରେ ପହଁଚିଛି । ଅପରପକ୍ଷରେ ଏଯାବତ ରାଜ୍ୟରେ ୯ ଲକ୍ଷ ୩୫ ହଜାର ୧୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯ ଲକ୍ଷ ୩ ହଜାର ୧୭୮ ଜଣ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବରଗଡ଼ରେ ୬, ବୌଦ୍ଧରେ ୧, କଟକରେ ୨, ଢେଙ୍କାନାଳରେ ୨, ଗଜପତିରେ ୧, ଗଞ୍ଜାମରେ ୬, ଝାରସୁଗୁଡ଼ାରେ ୧, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୪, ଖୋର୍ଦ୍ଧାରେ ୧୧, ମୟୂରଭଞ୍ଜରେ ୬, ନୟାଗଡ଼ରେ ୨, ନୂଆପଡ଼ାରେ ୧, ପୁରୀରେ ୬, ରାୟଗଡ଼ାରେ ୧, ସମ୍ବଲପୁରରେ ୫ ଓ ସୁନ୍ଦରଗଡ଼ରେ ୫ ଜଣ ମୃତୁ୍ୟବରଣ କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦୨, ବାଲେଶ୍ୱରରେ ୧୫୩, ବରଗଡ଼ରେ ୩୩, ଭଦ୍ରକରେ ୮୩, ବଲାଙ୍ଗୀରରେ ୧୦, ବୌଦ୍ଧରେ ୯, କଟକରେ ୪୪୧, ଦେବଗଡ଼ରେ ୪, ଢେଙ୍କାନାଳରେ ୧୨୪, ଗଜପତିରେ ୬, ଗଞ୍ଜାମରେ ୧୯, ଜଗତସିଂହପୁରରେ ୧୧୯, ଯାଜପୁରରେ ୨୫୨, ଝାରସୁଗୁଡ଼ାରେ ୧୦, କଳାହାଣ୍ଡିରେ ୨୫, କନ୍ଧମାଳରେ ୧୭, କେନ୍ଦ୍ରାପଡ଼ାରେ ୫୭, କେନ୍ଦୁଝରରେ ୭୨, ଖୋର୍ଦ୍ଧାରେ ୫୯୦, କୋରାପୁଟରେ ୨୯, ମାଲକାନାଗିରିରେ ୩୫, ମୟୂରଭଞ୍ଜରେ ୧୦୯, ନବରଙ୍ଗପୁରରେ ୨୦, ନୟାଗଡ଼ରେ ୮୬, ନୂଆପଡ଼ାରେ ୭, ପୁରୀରେ ୧୩୮, ରାୟଗଡ଼ାରେ ୩୦, ସମ୍ବଲପୁରରେ ୨୬, ସୋନପୁରରେ ୧୬, ସୁନ୍ଦରଗଡରେ ୬୫ ଓ ରାଜ୍ୟ ପୁଲରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି ।

Spread the love