କରୋନା ନେଲା ହୃଦ୍‌ରୋଗ ବିଶେଷଜ୍ଞ ଡା. କେ.କେ ଅଗ୍ରୱାଲଙ୍କ ଜୀବନ

ନୂଆଦିଲ୍ଲୀ : ଦେଶର ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡା. କେ.କେ ଅଗ୍ରୱାଲଙ୍କ ୬୨ ବର୍ଷରେ ପରଲୋକ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା । ଦୀର୍ଘଦିନ ଧରି ଏମସର ଭେଣ୍ଟିଲେଟରରେ ତାଙ୍କର ଚାଲିଥିଲା ଚିକିତ୍ସା । ଗତ କିଛିଦିନ ହେବ ସେ କରୋନାରେ ପୀଡିତ ହୋଇ ଏମସ ରେ ଚିକିତ୍ସିତ ହେଉଥିଲେ । ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତର ଦଳ ତାଙ୍କୁ ଚିକିତ୍ସା କରୁଥିଲେ । ଧୀରେ ଧୀରେ ତାଙ୍କ ଅବସ୍ଥା ସ୍ଥିର ହୋଇଆସୁଥିଲା ।

ସୂଚନା ଯେ, ଡାକ୍ତର କେ.କେ ଅଗ୍ରୱାଲ ଏପ୍ରିଲ ୨୮ ରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଥିଲେ କି ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରିକି ସେ କରୋନା ଦୁଇଟି ଯାକ ଜୋଡ୍ ନେଇସାରିଛନ୍ତି । ଏମସ ହସ୍ପିଟାଲ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣାରେ କୁହାଯାଇଛି ଯେ, ମେ ୧୭ ରାତି ୧୧.୩୦ରେ ସେ କରୋନା ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଆହୁରି କୁହାଯାଇଛି କି, ଯେତେବେଳେ ସେ ଡାକ୍ତର ହୋଇଥିଲେ ସେତେବେଳେ ସେ ରୋଗୀଙ୍କ ଚିକିତ୍ସା ପାଇଁ ନିଜକୁ ନିତ୍ସର୍ଗୀକୃତ କରିଦେଇଥିଲେ ।

Spread the love