କରୋନାକୁ ନେଇ ସଜାଗ ହେବାକୁ ପଡିବ : ସିବିକେ ମହାନ୍ତି

ଭୁୁବନେଶ୍ୱର : କରୋନାକୁ ନେଇ ରାଜ୍ୟବାସୀଙ୍କୁ ସଜାଗ ହେବାକୁ ପଡିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ । ରାତିରେ କ୍ଳବ ଓ ପାର୍ଟି ରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ବର୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି । କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି । ଆଇସିୟୁ, ବେଡ଼, ଭେଂଟିଲେଟର ବିଶେଷ ଆବଶ୍ୟକତା ରହୁନି । ଛତିଶଗଡ଼ ସୀମା ବର୍ତି ଜିଲ୍ଲାର ଲୋକମାନେ ଯାତାୟାତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ୁଛି । ତେଣୁ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ । ଯାହା ନିର୍ଦେଶ ଦେଇଛନ୍ତି ତାକୁ ଆମକୁ ମାନିବାକୁ ପଡିବ ବୋଲି ସେ କହିଛନ୍ତି ।

Spread the love