ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । ପଶ୍ଚିମବଙ୍ଗରୁ ଯେଉଁମାନେ ଫେରୁଛନ୍ତି ସେମାନେ କ୍ୱାରେଂଟାଇନରେ ରହିବେ । ଏବେ କୋଭିଡ ପାଇଁ ରାଜ୍ୟରେ ୧୧ ହଜାରରୁ ଅଧିକ ବେଡ଼ ପ୍ରସ୍ତୁତ ରହିଛି । ଏବେସୁଦ୍ଧା ୨୭ ଶହ ରୋଗୀ ବେଡ଼ରେ ଅଛନ୍ତି । ଆବଶ୍ୟକତା ଅନୁସାରେ ବେଡ଼ ବୃଦ୍ଧି କରାଯିବ । ହସ୍ପିଟାଲ କରିବା ପାଇଁ ଘର ଚିହ୍ନଟ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛନ୍ତି । ରୋଗୀ ଅନୁସାରେ ଆଇସିୟୁ ବେଡ଼ ଅଧିକ ରହିଛି । ଆଗକୁ ୫୦ ହଜାର ଟେଷ୍ଟ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅନ୍ୟପକ୍ଷରେ ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ । ଓଡିଶା ଏବେ ବାହାର ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେଉଛି ବୋଲି ସେ କହିଛନ୍ତି ।

Spread the love