କରୋନାର ଦ୍ୱିତୀୟ ଲହରୀ ଦ୍ରୁତଗତିରେ ସଂକ୍ରମଣ ହେଉଥିବା ବେଳେ ଡେଥ ରେଟ୍ ନାହିଁ

ଭୁବନେଶ୍ୱର : ଦ୍ୱିତୀୟ ଲହରୀ ପ୍ରଥମ ଅପେକ୍ଷା ଅଧିକ ଦ୍ରୁତଗତିରେ ସଂକ୍ରମଣ ହେଉଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଡେଥ ରେଟ୍ ନାହିଁ । କରୋନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇଗଲେ । କିନ୍ତୁ ଏବେ ସମୟ ଆସିଛି ଲୋକମାନେ ନିଜକୁ ସଚେତନ କରନ୍ତୁ ଏବଂ ଗାଇଡଲାଇନର ଅନୁପାଳନ କରନ୍ତୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଅପରାହ୍ନରେ ୩ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଂଚିବ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଅଧିକ ଟିକା ନ ଆସେ, ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି । ତେଣୁ ପୁଣି ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ । ଗତକାଲି ୨ ଲକ୍ଷ ୬୩ ହଜାର ୪୧ ଟିକାକରଣ ହୋଇଛି । ପ୍ରତିଦିନ ୨ଲକ୍ଷ ଟିକାକରଣର ଟାର୍ଗେଟ ରହିଥିଲା ।୫ ଦିନରେ ୧୦ ଲକ୍ଷ ଟାର୍ଗେଟ ଥିବା ବେଳେ ଏହା ୧୧ଲକ୍ଷ ପାର କରିଛି । ରାଜ୍ୟରେ ବର୍ତମାନ ୩ଲକ୍ଷ ୪୭ହଜାର କୋଭିସିଲଡ଼ ଟିକା ମହଜୁଦ ଅଛି । ହିଟୱେଭ୍ ପାଇଁ ଟିକାକରଣ ସମୟରେ ପରିବର୍ତନ କରାଯାଇଛି ।

Spread the love