କଂଗ୍ରେସ ଦଳ ପାଇଁ ଆତ୍ମଚିନ୍ତନ ର ସମୟ – କପିଲ ଶିବଲ।

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ଭିତରେ ସୃଷ୍ଟି ହୋଇଛି ଫାଟ। ଗେହେଲୋଟଙ୍କ କାର୍ଯ୍ୟ ଅସନ୍ତୋଷ ପ୍ରକାଶ କରି ସଚିନ ପାଇଲଟ ବାରମ୍ବାର କେନ୍ଦ୍ର ନେତୃତ୍ୱଙ୍କ ପାଖରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ନେତୃତ୍ୱ ସଚିନଙ୍କୁ ମନାଇବାରେ ବିଫଳ ହୋଇଥିବା ବେଳେ ଏପଟେ କଂଗ୍ରେସରେ ପରିବର୍ତ୍ତନ ଦରକାର ବୋଲି ପୁଣିଥରେ ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ।
ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଶିବଲ କହିଛନ୍ତି ଯେ ଭାରତକୁ ପୁନରୁତ୍ଥାନବାଦୀ କଂଗ୍ରେସର ଆବଶ୍ୟକ ରହିଛି। ଦଳ ସକ୍ରିୟ ରହିଛି ଓ ସଫଳ ଭାବେ କାର୍ଯ୍ୟ କରିବାର ଉଚ୍ଛୁକ ରହିଛି ବୋଲି କଂଗ୍ରେସ ଦର୍ଶାଇବା ଦରକାର ବୋଲି ଶ୍ରୀ ଶିବଲ କହିଛନ୍ତି। କଂଗ୍ରେସରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।ସୂଚନା ଥାଉକି, କପିଲ ଶିବଲ ସେହି ୨୩ ନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନେ କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ ଦର୍ଶାଇ କେନ୍ଦ୍ର ନେତୃତ୍ୱ ପାଖକୁ ଚିଠି ଲେଖିଥିଲେ।
ପିଟିଆଇକୁ ଦେଖିଥିବା ସାକ୍ଷାତକାର ଶିବଲ କହିଛନ୍ତି ଯେ କଂଗ୍ରେସ ଜନତାଙ୍କ ଠାରୁ ଧୀରେ ଧୀରେ ଦୂରେଇ ଯାଉଛି। ତେଣୁ ଯଥାଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ନିର୍ବାଚିତ କରିବା ସହିତ କେନ୍ଦ୍ର ଓ ରାଜ୍ୟସ୍ତରରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଶିବଲ କହିଛନ୍ତି।
ତା ସହିତ ଦେଶରେ ରାଜନୈତିକ ବିକଳ୍ପର ଆବଶ୍ୟକତା ରହିଛି। ଏକ ମଜଭୁତ ବିଶ୍ୱସନୀୟ ବିରୋଧୀ ଦଳର ଆବଶ୍ୟକତା ରହିଛି। ଏମିତି ସ୍ଥିତିରେ ବରିଷ୍ଠ ଓ ଯୁବଶକ୍ତି ମଧ୍ୟରେ କଂଗ୍ରେସକୁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ ବୋଲି ଶିବଲ କହିଛନ୍ତି। ସେହିଭଳି ହଜାର ହଜାର କୋଟି କୃଷଙ୍କ ଖାତାକୁ ଟଙ୍କା ଦିଆଯାଉଛି। ବିକାଶ ପାଇଁ କାର୍ଯ୍ୟ ଜାରି ରହିଛି।

Spread the love
88