କଂଗ୍ରେସର ହାତ ଛାଡି ଟିଏମ୍‌ସିରେ ମିଶିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ

କୋଲକାତା: ପଶ୍ଚିବଙ୍ଗ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ରାଷ୍ଟ୍ରପତି ତଥା ଦିବଗଂତ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି କଂଗ୍ରେସ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଛନ୍ତି।

ପୂର୍ବତନ ଜଙ୍ଗିପୁର କଂଗ୍ରେସ ସାଂସଦ ଅଭିଜିତ୍ ଗତ କିଛି ସପ୍ତାହ ହେବ ଟିଏମ୍‌ସିର ନେତାମାନଙ୍କ ସମ୍ପର୍କରେ ଥିଲେ। ସେ ଗତ ମାସ ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ମମତା ବାନାର୍ଜୀଙ୍କୁ ପୁତୁର ଅଭିଶେକ ମୁଖାର୍ଜୀଙ୍କ ସହିତ ସାକ୍ଷାତ କରିଥିଲେ। ଏଥିରୁ ଅଭିଜିତ୍ ଟିଏମ୍‌ସିରେ ସାମିଲ ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଶେଷରେ ସୋମବାର ଲୋକସଭା ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତିରେ ସେ ମମତାଙ୍କ ଦଳରେ ସାମିଲ ହୋଇଛନ୍ତି।

ଅଭିଜିତ୍ ଟିଏମ୍‌ସିରେ ସାମିଲ ହେବାର ତୁରନ୍ତ ପରେ ତାଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରି ଲେଖଇଛନ୍ତି “SAD !!!”
https://twitter.com/Sharmistha_GK?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1412004404752834562%7Ctwgr%5E%7Ctwcon%5Es1_&ref_url=http%3A%2F%2Fwww.prameya.com%2Fformer-congress-mp-and-pranab-mukherjees-son-abhijit-mukherjee-joins-tmc%2F

ଟିଏମ୍‌ସିରେ ଯୋଗ ଦେଇ ଅଭିଜିତ୍ କହିଛନ୍ତି ଯେ ମମତା ଜଣେ ବିଶ୍ୱସନୀୟ ଧର୍ମନିରପେକ୍ଷ ନେତା। ଯିଏ କି ବିଜେପିର ସାମ୍ପ୍ରଦାୟିକତା ବିରୋଧରେ ଲଢ଼ି ପାରିବେ ଓ ପରାସ୍ତ କରିପାରିବେ। ମୁଁ ଗୋଟିଏ କଂଗ୍ରେସକୁ ଛାଡ଼ି ଅନ୍ୟ ଏକ କଂଗ୍ରେସ ସହିତ ଯୋଗ ଦେଇଛି। ମୁଁ କୌଣସି ପଦବି ପାଇଁ ଲାଳାୟିତ ନୁହେଁ, ଦଳର ତଳିଆ କର୍ମୀ ଭାବେ କାର୍ଯ୍ୟ କରିବି। ତେବେ ଦଳ ମୋତେ କେଉଁ କାମରେ ଲଗାଇବା ତାହ ଦଳ ଉପରେ ନିର୍ଭର କରେ ବୋଲି ଅଭିଜିତ କହିଛନ୍ତି।

ସୂଚନା ଥାଉକି, ପ୍ରଣବ ମୁଖାର୍ଜୀଙ୍କ ବଡ ପୁଅ ଅଭିଜିତ ରାଜନୀତିରେ ଆସିବା ପୂର୍ବରୁ ସରକାରୀ ଚାକିରି କରୁଥିଲେ। ରାଷ୍ଟ୍ରପତି ହେବାପରେ ପ୍ରଣବ ମୁଖାର୍ଜୀଙ୍କ ପଶ୍ଚିମବଙ୍ଗର ଜଙ୍ଗିପୁର ଲୋକସଭା ଆସନ୍ ଖାଲି ଥିଲା। ୨୦୧୨ରେ ଅଭିଜିତ୍ କଂଗ୍ରେସରୁ ଟିକେଟ ପାଇ ସେଠାରୁ ନିର୍ବାଚନ ଜିତିଥିଲେ। ସେ ୨୦୧୪ ଲୋକସଭା ନିର୍ବାଚନରେ ଜଙ୍ଗିପୁର ପୁରରୁ ପୁଣିଥରେ ସାଂସଦ ହୋଇଥିଲେ। କିନ୍ତୁ ୨୦୧୯ ରେ ଲୋକସଭା ନିର୍ବାଚନରେ ସେ ହାରି ଯାଇଥିଲେ। ଆଉ ଏବେ ଟିଏମ୍‌ସିରେ ଯୋଗ ଦେବା ପର ଦଳ ତାଙ୍କୁ ଜଙ୍ଗିପୁର ଆସନ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

Spread the love