ଜଳ ସମ୍ପଦ କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ ରହିବାକୁ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜଳ ସମ୍ପଦ କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ ରହିବାକୁ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁବାର ଦିନ ରାଜ୍ୟ ଜଳ ସମ୍ପଦ ବିଭାଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ ଯୋଗ ଦେଇଥିବା ୨୭୫ ସ୍ନାତକ ଇଞ୍ଜିନିୟରଙ୍କ ଆରିଏେଂଟସନ୍ କାର୍ଯ୍ୟକ୍ରମ ରେ ଯୈାଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକ୍ନୋଲୋଜି ଦ୍ରୁତ ଗତିରେ ବଦଳୁଛି ଏବଂ ଏହା ଜରୁରୀ ଯେ ଆପଣ ସମସ୍ତେ ନିଜ କ୍ଷେତ୍ରରେ ଅତ୍ୟାଧୁନିକ ଧାରା ସହିତ ନିଜକୁ ଅପଡେଟ୍ କରନ୍ତୁ । ଆପଣ ସମସ୍ତେ କଠିନ ପରିଶ୍ରମ କରିବେ ଏବଂ ରାଜ୍ୟର ବିକାଶ ପ୍ରତି ଉତ୍ସର୍ଗୀକୃତ ଏବଂ ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଏହା ହେଉଛି ଦ୍ୱିତୀୟ ବ୍ୟାଚ୍ । ଏଥିରେ ୧୮୩ ପୁରୁଷ ଏବଂ ୯୨ ମହିଳା ଇଞ୍ଜିନିୟରଙ୍କୁ ଆସିଷ୍ଟାଂଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର୍ ଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୨୪୨ ଜଣ ସିଭିଲ୍ ଇଞ୍ଜିନିୟରିଂ ଷ୍ଟ୍ରିମ୍ ଏବଂ ୩୩ଜଣ ମେକାନିକାଲ୍‌ର ଅଛନ୍ତି । ଏହି ଇଞ୍ଜିନିୟରମାନେ ତିନିଟି ଫେଜ୍ ରେ ୧୫ ଦିନିଆ ଅନଲାଇନ୍ ତାଲିମ ସହିତ ଦୁଇ ମାସର ବ୍ୟବହାରିକ ତାଲିମ ପାଇଁ ଯିବେ । ତୃତୀୟ ପର୍ଯ୍ୟାୟ ତାଲିମ ୧୫ ଦିନ ପାଇଁ ଡବ୍ଲୁଏଲଏମଆଇ ରେ ଦିଆଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗର୍, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ଇଂଜିନିୟର ଇନ୍ ଚିଫ୍ ଜ୍ୟୋର୍ତିମୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love