ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣ ସମୟରେ ପରିବର୍ତନ

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣ ସମୟରେ ପରିବର୍ତନ କରାଯାଇଛି । ଏଣିକି ପ୍ରତ୍ୟେହ ସକାଳ ୮ରୁ ଦିନ ୧୨ଟା ଏବଂ ଦିନ ୩ରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ ହେବ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ , ମ୍ୟୁନିସପାଲ କମିଶନର ଓ ସିଡିଏମଓମାନଙ୍କୁ ସୋମବାର ଦିନ ଚିଠି ଲେଖି ଜଣାଇଛନ୍ତି ।

ଟିକାଦାନ କେନ୍ଦ୍ରରେ ପ୍ରତୀକ୍ଷା ସ୍ଥାନ , ଅବଜରଭେସନ୍ ରୁମ୍ ଓ ପିଇବା ପାଣିର ବ୍ୟବସ୍ଥା ରଖିବାକୁ କୁହାଯାଇଛି । ସେହିପରି କୋଭିଡ୍ ନିୟମ ଅନୁଯାୟୀ ମାସ୍କ , ହାତ ଧୋଇବା ସୁବିଧା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Spread the love