ଆଜିଠୁ ଓଡ଼ିଶା ବାହାରୁ ଆସୁଥିବା ସମସ୍ତ ବସ୍ ସେବାକୁ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଆଜିଠୁ ଓଡିଶା ବାହାରୁ ଆସୁଥିବା ସମସ୍ତ ବସ୍ ସେବାକୁ ବନ୍ଦ କରାଯାଇଛି ।

ପୂର୍ବରୁ କେବଳ ଛତିଶଗଡରୁ ବସ୍ ଚଳାଚଳା ବନ୍ଦ ରଖାଯାଇଥିଲା ବେଳେ ଏବେ ଆନ୍ତରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ଆଜିଠୁ ବାହାର ରାଜ୍ୟରୁ ଓଡିଶାକୁ କୌଣସି ବସ ଆସିବ ନାହିଁ କିମ୍ବା ରାଜ୍ୟ ବାହାରକୁ ବସ ଯାଇପାରିବ ନାହିଁ । କଟକଣା ଭିତରେ ରାଜ୍ୟ ଭିତରେ ବସ ଚଳାଚଳ କରିବ । ତେବେ ରାଜ୍ୟ ଭିତରେ ଚାଲୁଥିବା ବସ୍ ଗୁଡିକରେ ଲୋକମାନେ କେବଳ ସିଟିଂରେ ଯିବେ। ଏହ ସହିତ ବିଭିନ୍ନ ପାସେଞ୍ଜର ଅଟୋ ଏବଂ ଟ୍ୟାକ୍ସି ଗୁଡିକ କେବଳ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଚଲାଇବେ ।ରାଜ୍ୟରେ କରୋନା ଗ୍ରାଫ ବଢିଚାଲିଛି । ଦୈନିକ କରୋନା ପଜିଟିଭ ସଂଖ୍ୟା ୪୦୦୦ ମୁହାଁ ରହିଛି ।

Spread the love