କାଶୀରେ ଭୁଶୁଡିଲା କୋଠା : ୨ ମୃତ, ୬ ଗୁରୁତର

ବାରଣାସୀ : ବାରଣାସୀରେ କାଶୀରେ ଭୁଶୁଡିଲା ନିର୍ମାଣଧୀନ କୋଠା ୨ ମୃତ, ୬ ଗୁରୁତର ଆହତ ହୋଇଥିବା ସୂଚନା । ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିବା କୁହାଯାଉଛି । ଏ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ମାଲଦାର । ଏମାନେ କାଶୀରେ ରହି କାମ କରୁଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାରଣାସୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଭଙ୍ଗା କୋଠା ତଳୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏନଡିଆରଏଫ ଏବଂ ଏସଡିଆରଏଫର ସହାୟତାରେ ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଏହା ସହିତ ୬ ଜଣ ଶ୍ରମିକଙ୍କୁ ଆହତ ଅବସ୍ଥାରେ ବାହାରକୁ ନିଆଯାଇଛି । ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ମାଲଦା ଶ୍ରମିକମାନେ କରିଡର ନିର୍ମାଣରେ କାମରେ ନିଯୋଜିତ ଥିଲେ । ସକାଳୁ ସକାଳୁ ଜର୍ଜର ଭବନର କୋଠା ଭୁଶୁଡି ପଡିଥିଲା ।

Spread the love