ଗୁପ୍ତରେ ସାଇମଣ୍ଡ୍‌ଙ୍କୁ ବିବାହ କଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

ନୂଆଦିଲ୍ଲୀ : ଦୀର୍ଘଦିନର ପ୍ରେମ ସମ୍ପର୍କରେ ପୂର୍ଣ୍ଣଛେଦ । ଲୁଚିଛପି ଗୋପନରେ ବିବାହ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ନିଜ ଠାରୁ ୨୩ ବର୍ଷର ସାନ ପ୍ରେମିକା ୩୩ ବର୍ଷୀୟ କ୍ୟାରି ସାଇମଣ୍ଡସଙ୍କୁ ବିବାହ କରିଛନ୍ତି । ୱେଷ୍ଟମିଷ୍ଟର କ୍ୟାଥ୍ରେଡରେ ଗୁପ୍ତ ଭାବେ ଅନୁଷ୍ଠିତ ହୋଇଥିଲା ଏହି ବିବାହ ସମାରୋହ । ଏହାପୂର୍ବରୁ, ଦ ସନ ଟାଇମସ ପକ୍ଷରୁ ପ୍ରକାଶ ପାଇଥିଲା କି ଜୁଲାଇ ୨୦୨୨ରେ ଏମାନଙ୍କର ବିବାହ ହେବ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବିବାହ କରିଛନ୍ତି। ଗୋପନରେ ଆୟୋଜିତ ଏକ ଉତ୍ସବରେ ସେ ତାଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍‍ଙ୍କୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି। ଖବରକାଗଜ ସନ୍‍ ସୂତ୍ରରୁ ଜଣାଯାଇଛି ଯେ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରାଲରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୋଟ ପ୍ରାୟ ୩୦ ଜଣ ଅତିଥି ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜନସନ ଓ କ୍ୟାରୀଙ୍କ ପୁଅ ମଧ୍ୟ ଥିଲେ। ୨୦୨୦ ଏପ୍ରିଲ ୨୯ରେ ସେମାନଙ୍କର ଏହି ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିବାହ ଉତ୍ସବ ସମୟରେ କ୍ୟାଥେଡ୍ରାଲକୁ ଅଧଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା। ପୂର୍ବରୁ ସେମାନଙ୍କର ବିବାହ ୨୦୨୨ ଜୁଲାଇ ୩୦ରେ ହେବା କାର୍ଯ୍ୟକ୍ରମ ରହିଥିଲା। ତେବେ ତାହାକୁ ବହୁ ପୂର୍ବରୁ ସମ୍ପୂର୍ଣ୍ଣ କରାଯାଇଛି। ୫୬ ବର୍ଷ ବୟସ୍କ ଜନସନ ୨୦୧୯ରେ ଦେଶର ପ୍ରଧାନମନ୍ତ୍ରୀ ହେବାପରେ ସେ ଏବଂ ୩୩ ବର୍ଷ ବୟସ୍କା ସାଇମଣ୍ଡସ୍‍ ଡାଉନିଂ ଷ୍ଟ୍ରିଟ୍‍ ବାସଭବନରେ ଏକତ୍ର ରହିଆସୁଛନ୍ତି। ତେବେ ସେମାନଙ୍କ ବାସଭବନକୁ ବିପୁଳ ଅର୍ଥ ଖର୍ଚ୍ଚରେ ପୁନଃ ସାଜସଜା କରାଯିବା ଘଟଣାକୁ ନେଇ ସେମାନେ ଚର୍ଚ୍ଚାକୁ ଆସିଥିଲେ। ବୋରିସ ଜନସନଙ୍କର ଏହା ତୃତୀୟ ବିବାହ ହୋଇଥିବାବେଳେ ସାଇମଣ୍ଡସଙ୍କର ଏହା ପ୍ରଥମ ବିବାହ। ଜନସନଙ୍କ ଦ୍ୱିତୀୟ ପତ୍ନୀ ମାରିନା ହ୍ୱିଲର ଜଣେ ଆଇନଜୀବୀ। ସେମାନଙ୍କ ଚାରିଟି ସନ୍ତାନ ସନ୍ତତି ଅଛନ୍ତି। ତେବେ ୨୦୧୮ ସେପ୍ଟେମ୍ବରରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା।

Spread the love