ନୀରବ ମୋଦୀଙ୍କୁ ଭାରତ ପଠାଇବାକୁ ବ୍ରିଟେନର ମଂଜୁରୀ

ନୂଆଦିଲ୍ଲୀ : ବ୍ରିଟେନର ଗୃହ ମନ୍ତ୍ରୀ ପ୍ରୀତି ପଟେଲ ପଳାତକ ଅର୍ଥନୈତିକ ବ୍ୟବସାୟୀ ନୀରବ ମୋଦୀଙ୍କୁ ଭାରତ ପଠାଇବାକୁ ମଂଜୁରୀ ଦେଇଛନ୍ତି । ବ୍ରିଟେନର ୱେଷ୍ଟମିଷ୍ଟର ଅଦାଲତ ଗତ ଦିନରେ ନୀରବ ମୋଦୀକୁ ଭାରତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅଦାଲତ କହିଛନ୍ତି ଯେ, ନୀରବ ମୋଦୀକୁ ଭାରତୀୟ କୋର୍ଟର ସାମ୍‌ନା କରିବାକୁ ପଡ଼ିବ । ଏହା ପରେ ମାମଲା ବ୍ରିଟେନର ଗୃହମନ୍ତ୍ରୀ ଅଧିନରେ ବିଚାର ଚାଲିଥିଲା । ଶୁକ୍ରବାର ଦିନ ପଟେଲ ନୀରବ ମୋଦୀକୁ ଭାରତକୁ ହସ୍ତାନ୍ତର କରିବାକୁ ମଂଜୁରୀ ଦେଇଛନ୍ତି ।

ଦୀର୍ଘ ଦିନର ଆଇନଗତ ଲଢ଼ାଇ ପରେ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥା ବଡ଼ ସଫଳତା ହାସଲ କରିଛନ୍ତି । ମୋଦି ଉପରେ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଆରବ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି । ନୀରବ ମୋଦି ଭାରତକୁ ନ ଫେରିବା ପାଇଁ ନ୍ୟାୟିକ ପ୍ରଣାଳୀ ର ସାହାର ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ଆର୍ଥିକ ପଳାତକ ବ୍ରିଟେନରେ ରାଜନୈତିକ ଶରଣ ନେବାକୁ ମଧ୍ୟ ଚେଷ୍ଟା କରିଥିଲେ । ଲଣ୍ଡନର ୱେଷ୍ଟମିଷ୍ଟର ଅଦାଲତ ମୋଦୀଙ୍କ ପ୍ରତ୍ୟାର୍ପଣ ବିରୁଦ୍‌ଧରେ ଥିବା ସମସ୍ତ ଆବେଦନକୁ ଖାଜରଜ କରିଦେଇଛନ୍ତି । ଅଦାଲତ ମୋଦୀଙ୍କୁ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ରଖିବା ପାଇଁ ଆଦେଶ ଶୁଣାଇଛନ୍ତି । ଜେଲରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶରେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ସମୟରେ ଭାରତରୁ ପଳାୟନ କରିଥିବା ଅପରାଧିକୁ ନିଜ ଦେଶକୁ ଆଣିବା ଏବଂ ତାଙ୍କୁ କାଠଗଡ଼ାରେ ଛିଡ଼ା କରାଇବା ଏହା ଏକ ଭାରତର ଏକ ବଡ଼ ସଫଳତା । ଭାରତରେ ଆଇନଗତ କାର୍ଯ୍ୟରୁ ବଂଚିବା ପାଇଁ ବିଜୟ ମାଲ୍ୟା ଏବଂ ମେହୁଲ ଚୋକସି ଭଳି ଆର୍ଥିକ ଅପରାଧିମାନେ ବିଦେଶରେ ଆଶ୍ରୟ ନେଇଛନ୍ତି ।

Spread the love