୮ରୁଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସିର ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର : ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ । ୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ଗତ ମେ ୩, ୪ ଓ ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ମୋବିଲାଇଜେସନ ସେଂଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଟିକା ଦିଆଯିବ । ତେବେ ଯେଉଁମାନେ କୋୱିନ ଆପ ଜରିଆରେ ସ୍ଲଟ ବୁକିଂ କରି ଟିକା ନେଇଥିଲେ ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ । ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ । ଅପରପକ୍ଷରେ ପୂର୍ବଭଳି ୟୁନିଟ-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ ବୋଲି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

Spread the love