ରେଜିଷ୍ଟ୍ରେସନ୍ ନ କରି ଟିକାଦାନ କେନ୍ଦ୍ରକୁ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦେଲେ ବିଏମସି କମିଶନର

ଭୁବନେଶ୍ୱର : ବିନା ପଞ୍ଜିକରଣରେ ଟିକାଦାନ କେନ୍ଦ୍ରକୁ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ଗହଳି ଯୋଗୁଁ ସାମାଜିକ ଦୂରତା ରହୁନାହିଁ । ଆଗକୁ ଟିକାକରଣ କେନ୍ଦ୍ରର ସଂଖ୍ୟା ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ।
ସେ କହିଛନ୍ତି ଯେ ସୋମବାର ଠାରୁ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷ ବୟସ୍କମାନଙ୍କ ଟିକାକରଣ ଆରମ୍ଭ ହୋଇଛି । ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକାକରଣ ମଧ୍ୟ ଜାରି ରହିଛି । ସୋମବାର ଦିନ ପାଇଁ ୧୧,୫୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ସେମାନଙ୍କ ମଧ୍ୟରେ ୬ହଜାର ୧୮ରୁ ୪୪ ବୟସ ବର୍ଗର ଥିଲେ । ତେବେ ବିନା ରେଜିଷ୍ଟ୍ରେସନ୍ ରେ ବହୁ ସଂଖ୍ୟାରେ ଲୋକ ଆସିଥିବାର ଦେଖାଯାଇଥିଲା । ତେଣୁ ଏଭଳି ଭାବେ ନଯିବା ପାଇଁ ସେ ଅନୁରୋଧ କରିଛନ୍ତି ।

Spread the love