ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ହସ୍ପିଟାଲରେ ବ୍ଲାକ୍ସ ଫଙ୍ଗସ ଆତଙ୍କ, ୧୩ ରୋଗୀ ଚିହ୍ନଟ

ଲକ୍ଷ୍ନୌ : ସାରା ଦେଶରେ ସଂକ୍ରମଣ ମାତ୍ରା ବଢୁଥିବାବେଳେ ଏବେ ମ୍ୟୁକୋରମାଇକୋକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗ ନିଜର କାଯା ବିସ୍ତାର କରିବାରେ ଲାଗିଛି । ଏବେ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ହସ୍ପିଟାଲରେ ୧୩ ରୋଗୀଙ୍କ ଠାରେ ବ୍ଲାକ୍ସ ଫଙ୍ଗସ ଟିହ୍ନଟ ହୋଇଛି । କେଜିଏମୟୁ ମୁଖପାତ୍ର ତଥା ଡାକ୍ତର ସୁଧୀର କହିଛନ୍ତି ଯେ ଏପର୍ଯ୍ୟନ୍ତ କୋଭିଡ ମ୍ୟୁକୋରମାଇକୋକୋସିସରେ ଚିହ୍ନଟ ସଂଖ୍ୟା ୧୩ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ସମସ୍ତ ରୋଗୀଙ୍କ ମଧ୍ୟରେ ୭ଜଣ କରୋନା ରୋଗୀ ହୋଇଥିବାବେଳେ ଅନ୍ୟମାନେ କୋଭିଡରୁ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେମାନଙ୍କର ଚିକିତ୍ସା କରାଯାଉଛି । କେଜିଏମୟୁ ମୁଖପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ମେଡିସିନ୍ ଆଇସିୟୁରେ ଜଣେ ରୋଗୀ ଭର୍ତ୍ତି ହୋଇଛନ୍ତି ଏବଂ ଏହି ରୋଗୀ କୋଭିଡରୁ ସୁସ୍ଥ ହୋଇଥିଲେ। ତେବେ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ସୁଧୀର କହିଛନ୍ତି ଏଠାରୁ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସରେ ସଂକ୍ରମିତଙ୍କ ମଧ୍ୟରୁ କୌଣସି ମୃତ୍ୟୁ ହୋଇନାହିଁ ।

Spread the love