ବିଶ୍ବର ସବୁଠାରୁ ଦୁର୍ଦାନ୍ତ ଆତଙ୍କବାଦୀ ଓସମା ବିନ୍ ଲାଡେନ୍‌ ଗୋଟିଏ ଭୁଲ ପାଇଁ ଆମେରିକା ସୈନିକଙ୍କ ହାତରେ ନିହତ ହୋଇଥିଲା

ଓ୍ବାଶିଂଟନ୍: ବିଶ୍ବର ସବୁଠାରୁ ଦୁର୍ଦାନ୍ତ ଆତଙ୍କବାଦୀ ଓସମା ବିନ୍ ଲାଡେନ୍‌ ନିଜ ପରିବାରର କେବଳ ଗୋଟିଏ ଭୁଲ ପାଇଁ ଆମେରିକା ସୈନିକଙ୍କ ହାତରେ ନିହତ ହୋଇଥିଲା। ଆଉ ସେଇ ଭୁଲଟି ହେଲା ଲାଡେନରେ ଘର ବାହାରେ ଶୁଖୁଥିବା କପଡା କାରଣରୁ ଆମେରିକାକୁ ତା’ର ଆଡ୍ଡା ବିଷୟରେ ଜଣାପଡିଯାଇଥିଲା। ଏହି ଖୁଲାସା ଏକ ବହିରେ କରାଯାଇଛି। ଉଲ୍ଲେଖନୀୟ ଯେ, ଆମେରିକା ମଇ ୨୦୧୧ ରେ ପାକିସ୍ତାନର ଏବୋଟାବାଦରେ ଓସମାକୁ ନିହତ କରିଥିଲା। ଫକ୍ସ ନ୍ୟୁଜର ଏକ ଖବର ଅନୁସାରେ, ଅଲ କାଏଦାର ମୁଖ୍ୟକୁ ନେଇ ଲେଖା ଯାଇଥିବା ଏକ ବହିରେ ‘ ଦ ରାଇଜ୍ ଆଣ୍ଡ ଫଲ୍ ଅଫ୍ ଓସାମା ବିନ୍ ଲାଡେନ’ରେ ସିଏନଏନ୍‌ର ପୂର୍ବତନ ପ୍ରଡ୍ୟୁସର ଓ ରାଷ୍ଟ୍ରୀୟ ସୁରକ୍ଷା ବିଶ୍ଲେଷକ ପିଟର ବର୍ଜନ ଏହା କହିଛନ୍ତି ଯେ, ଲାଡେନଙ୍କ ଉପସ୍ଥିତି ବିଷୟରେ ଆମେରିକାକୁ କିପରି ଜଣାପଡିଥିଲା? ବହିରେ ଉଲ୍ଲେଖ ଥିଲା ଯେ, ଲାଡେନର ଘର ଅଗଣାରେ ଶୁଖୁଥିବା କପଡାର ସଂଖ୍ୟାରୁ ଆମେରିକା ଗୁଇନ୍ଦା ଏଜେନ୍ସି ସିଆଇଏକୁ ଏହାର ଚିହ୍ନଟ କରିବା ଓ ତାକୁ ମାରିବାରେ ସହାୟତା କରିଥିଲେ।

୯/୧୧ ଆକ୍ରମଣ ଘଟଣା ପରେ ଲାଡେନ୍ ଆମେରିକାର ଟାର୍ଗେଟରେ ଆସିଯାଇଥିଲା ଓ ସେ ୟୁଏସ୍ ଏଜେନ୍ସିରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଥିଲା। ଏହି ଆକ୍ରମଣ ପରେ ଲାଡେନର ତିନି ପତ୍ନୀ ଓ ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପଡିଥିଲେ। ଲାଡେନ ନିଜ ପରିବାର ଭାଙ୍ଗିବାର ଖୁବ୍ ଦୁଃଖ ଥିଲା। ପରିବାରକୁ ଏକଜୁଟ କରିବା ପାଇଁ ସେ ନିଜର ବଡିଗାର୍ଡ ଇବ୍ରାହିମ୍ ସଇଦ ଅହମ୍ମଦ ଅଦ୍ ଅଲ୍-ହାମିଦକୁ ପାକିସ୍ତାନର ଏବୋଟାବାଦରେ ଜମି କିଣିବା ଓ ଗୁଇନ୍ଦା ଘର ତିଆରି କରିବାକୁ କହିଥିଲେ। ବିନ୍‌ ଲାଡେନର ଅନୁରୋଧ ଉପରେ ଏବୋଟାବାଦ୍‌ରେ ଏକ ତିନି ମହଲା ଘର ତିଆରି କରିଥିଲା।

ବହିରେ ଲେଖାଯାଇଛି, ଲାଡେର ପରିବାର ସଦସ୍ୟ ୨୦୦୫ ରେ ଏହି ଘରେ ରହୁଥିଲେ। ସେ ବଡିଗାର୍ଡ ମଧ୍ୟ ନିଜ ପରିବାର ସଦସ୍ୟଙ୍କ ସହିତ ପ୍ରତିଦିନ ସେହି ଘରକୁ ଆସୁଥିଲା, କିନ୍ତୁ ତା ପରିସରରେ ଥିବା ଅନ୍ୟ ଘରେ ରହୁଥିଲା। ୨୦୧୦ ରେ ଗୋଟେ ଦିନ ସିଆଇଏର ଖବର ଅନୁସାରେ, ପେଶାଓ୍ବରରେ ଲାଡେନର ବଡିଗାର୍ଡ ଇବ୍ରାହିମ୍‌କୁ ଦେଖିଥିଲେ। ଏହାପରେ ସେ ଇବ୍ରାହିମକୁ ପିଛା କରିଥିଲେ ଓ ତାଙ୍କ ଘରେ ପହଁଞ୍ଚିଥିଲେ, ଯେଉଁଠି ସେ ରହୁଥିଲା। ଏହି ଆଧାରରେ ତାକୁ ଲାଡେନର ଘରର ମଧ୍ୟ ସୂଚନା ମିଳିଥିଲା। ଘରେ ଏଭଳି କିଛି ଜିନିଷ ଥିଲା, ଯାହା କାରଣରୁ ସିଆଇଏକୁ ସନ୍ଦେହ ହୋଇଥିଲା। ଯେପରିକି ଫୋନ୍ ଲାଇନ୍ ଓ ଇଣ୍ଟରନେଟ୍ ନଥିବା ଓ କମ୍ ଝରକା ଥିଲା।

ଆମେରିକାର ଏଜେନ୍ସି ସିଆଇଏ ଏହି ଗୁଇନ୍ଦା ଏଜେନ୍ସିର ଘର ଉପରେ ନଜର ରଖିବା ପାଇଁ ପାଖରେ ଏକ ବେସ୍ ତିଆରି କରିଥିଲେ। ସେତେବଳେ ଘର ଭିତରେ ଶୁଖାଯାଉଥିବା କପଡାକୁ ନେଇ ସନ୍ଦେହ ହୋଇଥିଲା। ସକାଳେ ଘରର ଅଗଣାରେ ମହିଳା, ପୁରୁଷଙ୍କ ପାରମ୍ପାରିକ ପାକିସ୍ତାନୀ କପଡା, ଶିଶୁଙ୍କର କପଡା ଓ ଡାଇପର ଦେଖିବାକୁ ମିଳିଥିଲା। ଏହା ଦେଖି ସିଆଇଆଇଏ ଜାଣିପାରିଥିଲା ସେଠାରେ ୧୧ ଜଣରୁ ଅଧିକ ଲୋକ ରହୁଛନ୍ତି। ଅଧିକାରୀମାନେ ଅନୁମାନ କରିଥିଲେ ଯେ, ଘରେ ଜଣେ ପୁରୁଷ, ବହୁ ମହିଳା ଓ ଅତି କମ୍‌ରେ ୯ ଜଣ ଶିଶୁଥିଲେ। ତୁରନ୍ତ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏହି ପ୍ରମାଣ ଦେଖାଯାଇଥିଲା ଓ ସେମାନେ ଆକ୍ରମଣ ନିର୍ଦେଶ ଦେଇଥିଲେ। ଏହାପରେ ମଇ ୨୦୧୧ ​‌ରେ ଲାଡେନ ନିହତ ହୋଇଥିଲା।

Spread the love