ଭଗବାନ ମହାବୀର ଜୈନଙ୍କ ଜନ୍ମ |

ଭଗବାନ ମହାବୀର ଜୈନ ଙ୍କ ଜନ୍ମ |

ବହୁତ ପୁରୁଣା ଯୁଗର କଥା କୁଣ୍ଡ ଗ୍ରାମ ନାମରେ ଏକ ରାଜ୍ୟ ଥିଲା | ସେଠି ଶ୍ରୀଧାର୍ଥ ନାମକ ରାଜାଥିଲେ ତାଙ୍କ ପତ୍ନୀଙ୍କ ନାମ ଥିଲା ବିଶାଳା ତାଙ୍କର ଏକ ପୁତ୍ରଥିଲା ତାଙ୍କର ନାମ ନନ୍ଦୀବର୍ଧନ | ନନ୍ଦୀବର୍ଧନ ଙ୍କ ଜନ୍ମ ର କିଛି ଦିନ ପରେ ରାଣୀ ଏକ ସ୍ବପ୍ନ ଦେଖିଲେ | ରାଜାଙ୍କୁ ଡାକି କହିଲେ ମୁ ସପ୍ନ ରେ ଧଳା ହାତୀ, ଧଳା ବଳଦ, ଗୋଟେ ସିଂହ, ଲକ୍ଷ୍ମୀ ମା, ଫୁଲର ହାର, ଜହ୍ନ, ସୂର୍ଯ୍ୟ, ଗୋଟେ ଧ୍ୱଜା , ଗୋଟେ ଚାନ୍ଦିର କଳସ, ପଦ୍ମ ପୋଖରୀ, ଦିବ୍ୟ ରତ୍ନ, କ୍ଷୀର ସାଗର, ଏକ ଦିବ୍ୟ ରଥ, ଧୂଁଆ ନଥିବା ନିଆଁ ଦେଖିଲି | ତାହା ଶୁଣି ରାଜା ଆଶ୍ଚଯ୍ୟ ହୋଇଗଲେ ଓ କହିଲେ ରାଜ୍ୟ ଜୋତିସଙ୍କ ସହ କଥା ହେବାପାଇଁ | ତାପରଦିନ ରାଜା ଜୋତିଷଙ୍କୁ ଏସବୁ କହିଲେ | ସବୁ ଶୁଣିସାରି ରାଜ୍ୟ ଜ୍ୟୋତିଷ କହିଲେ ବହୁତ ଜଲ୍ଦି ରାଣୀ ଏକ ଦିବ୍ୟ ଓ ପରାକ୍ରମୀ ବାଳକକୁ ଜନ୍ମ ଦେବେ ! ଏହି ବାଳକ ପୁରା ବିଶ୍ୱର କଲ୍ୟାଣ କରିବ | ରାଜା ଜତିଷଙ୍କୁ ବିନତି କଲେ କହିଲେ ସେ ତାଙ୍କୁ କୃପା କରି ଏହି ସ୍ୱପ୍ନର ଅର୍ଥ କହିବାକୁ | ଜୋତିଷ କହିଲେ ଧଳା ହାତୀ ଏହା ଦର୍ଶାଇ ଥାଏ ଯେ ଆପଣଙ୍କ ପୁତ୍ର ସମଗ୍ର ମାନବ ଜାତିର କଷ୍ଟ ରୁ ରକ୍ଷା କରିବା | ଧଳା ବଳଦ ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ଜଣେ ମହାନ ଜ୍ଞାନୀ ହବ | ସିଂହ ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ଜଣେ ମହାନ ପ୍ରଭାବସାଳି ହେବ | ମହାଲକ୍ଷୀ ଏହା ଦର୍ଶାଇଥାନ୍ତି ଯେ ଆପଣଙ୍କ ପୁତ୍ର ଜଣେ ଧନଵାନ ହେବ | ଫୁଲର ହାର ଏହା

ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ଦ୍ୱାରା ଦିଆଯାଇଥିବା ଜ୍ଞାନ ଫୁଲ ର ବାସ୍ନା ପରି ଚାରି ଆଡେ ବ୍ୟାପିଯିବ | ଚନ୍ଦ୍ର ଏହା ଦର୍ଶାଇଥାନ୍ତି ଯେ ଆପଣଙ୍କ ପୁତ୍ର ପ୍ରକୃତି ଦ୍ୱାରା ସୁସ୍ଥ ହେବ | ସୂର୍ଯ୍ୟ ଏହା ଦର୍ଶାଇଥାନ୍ତି ଯେ ଆପଣଙ୍କ ପୁତ୍ର ଲୋକମାନଙ୍କ ମନରେ ଥିବା ହିଂସା ଓ ପାପାକୁ ଦୂରେଇବାରେ ସାହାଯ୍ୟ କରିବ | ଦ୍ଵଧା ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ମାର୍ଗଦର୍ଶକ ହେବ | ରୁପାର କଳସ ଏହା ଦର୍ଶାଇଥାନ୍ତି ଯେ ଆପଣଙ୍କ ପୁତ୍ରର ହୃଦୟ ପବିତ୍ର ହେବ | ପଦ୍ମ ପୋଖରୀ ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ଜନ୍ମ ଓ ମୃତୁ ମଧ୍ୟରେ ଘାଂଟି ହେଉଥିବା ଲୋକମାନଙ୍କୁ ଉଦ୍ଧାର କରିବ | କ୍ଷୀରର ସମୁଦ୍ର ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ସାରା ବିଶ୍ୱକୁ ମୁକ୍ତିର ଦ୍ୱାରା ଦେଖେଇଵ
| ଦିବ୍ୟ ରଥ ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ରର ଜ୍ଞାନର ପ୍ରଶଂସା ସ୍ୱୟଂ ଇଶ୍ୱର କରିବେ | ରତ୍ନ ର ପାତ୍ର ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ଅସିମ ଜ୍ଞାନର ଅଧିକାରୀ ହେବ | ବିନା ଧୂଁଆର ଅଗ୍ନି ଏହା ଦର୍ଶାଇଥାଏ ଯେ ଆପଣଙ୍କ ପୁତ୍ର ଦ୍ୱାରା ଦେଖାଯାଉଥିବା ବୁଦ୍ଧି ର ଲୋକମାନେ ଆଦର କରିବେ | ରାଜ ଜୋତିଷ ଙ୍କ କଥା ଶୁଣି ରାଜା ଓ ରାଣୀ ଅତ୍ୟନ୍ତ ଖୁସି ହେଲେ | କିଛିଦିନ ପରେ ରାଣୀ ଗର୍ଭବତୀ ହେଲେ ଏବଂ ସେହି ଗ୍ରାମରେ ଆଉଜଣେ ବ୍ରାହ୍ମଣ ଙ୍କ ପତ୍ନୀ ବି ଗର୍ଭବତୀ ହେଲେ
ଭଗବାନ ମହାବୀର ବ୍ରାହ୍ମଣ ଙ୍କ କୋଳରେ ଜନ୍ମ ନେବାରଥିଲା କିନ୍ତୁ ଇନ୍ଦ୍ର ଦେବଙ୍କୁ ଏହା ପସନ୍ଦନଥିଲା | ସେ ସେଥିପାଇଁ ରାଣୀ ଓ ବ୍ରାହ୍ମଣୀଙ୍କର ଗର୍ଭକୁ ବଦଳାଇ ଦେଇଥିଲେ | ୯ମାସ ୧୪ ଦିନପରେ ଚୈତ୍ର ମାସ ଶୁକ୍ଲପକ୍ଷ ରେ ରାଣୀ ବିଶାଳା ଏକ ଦିବ୍ୟ ସୁନ୍ଦର ପୁତ୍ରକୁ ଜନ୍ମ ଦେଲେ | ରାଜା ଓ ରାଣୀ ବହୁତ ଖୁସି ହେଲେ ଓ ପୁତ୍ର ର ନାମ ରଖିଲାର ବର୍ଦ୍ଧମାନ | ସାରା ରାଜ୍ୟ ଭଗବାନ ମହାବୀର ଙ୍କ ଜନ୍ମର ଉଶ୍ଚବ ମନାଇଲା ଓ ରାଜା ରାଣୀ ମାନେ ଅନେକ ବସ୍ତ୍ର ଓ ଖାଦ୍ୟ ଦାନ କଲେ |

Spread the love