ଭୁବନେଶ୍ବର ରେ ୬୬୧ କରୋନା ପଜିଟିଭ ଚିହ୍ନଟ ଗତ ୨୪ ଘଣ୍ଟା ମଧ୍ଯରେ।

ଭୁବନେଶ୍ୱର: ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରୁ ୬୬୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩୫୭ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୮୧ ହଜାର ୫୭୦କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ସଂଖ୍ୟା ୭୩ ହଜାର ୯୬୫ ଛୁଇଁଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୭ ହଜାର ୨୨୨ ଆକ୍ଟିଭ କେଶ ଥିବା ବେଳେ ୩୬୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୧୫୬ ଜଣ ଥିବା ବେଳେ ୧୫୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି।

Spread the love
67