ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସିଲ୍

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସିଲ୍ । ଲୋକେ କୋଭିଡ୍ କଟକଣା ମାନୁ ନଥିବାରୁ ମାର୍କେଟ୍ ବିଲ୍ଡିଂକୁ ୪୮ ଘଂଟା ପାଇଁ ସିଲ୍ କରିଛି ପ୍ରଶାସନ । ଗୁରୁବାର ଓ ଶୁକ୍ରବାର ମାର୍କେଟ ବିଲ୍‌ଡିଂ ସିଲ୍ ହୋଇଥିବା ବେଳେ ଶନିବାର ଏବଂ ରବିବାର ସାପ୍ତାହିକ ଲକ୍‌ଡାଉନ୍ ରହିବ । ତେଣୁ ୪ ଦିନ ଧରି ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ବନ୍ଦ ରହିବ । ଆସନ୍ତା ସୋମବାର ଖୋଲିବ ।

ଭୁବନେଶ୍ୱରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁଧବାର ଦିନ ଦୈନିକ ସଂକ୍ରମଣ ହଜାରେ ଟପି ୧୦୪୪ ରେ ପହଂଚିଛି । ଏଭଳି ସ୍ଥିତିରେ ରାଜଧାନୀବାସୀ ମାର୍କେଟ୍ ବିଲ୍ଡିଂରେ ଭିଡ୍ ଜମାଉଛନ୍ତି । ସାମାଜିକ ଦୂରତା ଭୁଲି ଦୋକାନରେ ଭିଡ ଜମାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ୍ ଓ ବିଏମସି ଅଧିକାରୀମାନେ ମାର୍କେଟ୍ ବିଲ୍ଡିଂରେ ପହଂଚି ଏହାକୁ ୪୮ ଘଂଟା ପାଇଁ ସିଲ୍ କରିଥିଲେ । ଏହି ସମୟରେ ଭୁବନେଶ୍ୱର ଡିସିପି ଓ ବିଏମସି ଜୋନାଲ କମିଶନରଉପସ୍ଥିତ ଥିଲେ ।

Spread the love