ଭୁବନେଶ୍ୱରରେ ୨୪ ଘଂଟାରେ ୮୯୮ ପଜିଟିଭ୍, ୧୨୨୮ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ମଧ୍ୟ ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଂଚଳରୁ ଗୁରୁବାର ଆଉ ୮୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୨୬ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୭୭୨ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୨୨୮ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଓଲ୍ଡ ଟାଉନ୍ ରୁ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ନୟାପଲ୍ଲୀରୁ ୩୭ ଜଣ , ଚନ୍ଦ୍ରଶେଖରପୁର , ଖଣ୍ଡଗିରି ଓ ଝାରପଡାରୁ ୨୯ ଲେଖାଏଁ , ଲକ୍ଷ୍ମୀସାଗରରୁ ୨୩ ଜଣ, ପଟିଆରୁ ୨୫ ଜଣ , ମଂଚେଶ୍ୱରରୁ ୨୧ , ଜଣ , ଟଙ୍କାପାଣି ରୋଡ୍ ଓ ବଡଗଡରୁ ୨୦ ଜଣ ଲେଖାଏଁ, ବରମୁଣ୍ଡାରୁ ୧୯ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ପଟିଆରୁ ୧୪ ଜଣ, ଚନ୍ଦ୍ରଶେଖରପୁର , ବିଜେବି ନଗର, ଓଲ୍ଡ ଟାଉନ୍ ଓ ନୟାପଲ୍ଲୀ ୭ ଜଣ ଲେଖାଏଁ ଆକ୍ରାନ୍ତ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୭୪ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୬୭୫୫୨ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୦୬୫୬ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୪୫ ରହିଛି ।

Spread the love