କୋଭାକ୍ସିନ୍ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଖୁବଶୀଘ୍ର ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ୍‌’କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । କୋଭାକ୍ସିନ୍ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଖୁବଶୀଘ୍ର ମଞ୍ଜୁରୀ ମିଳିପାରେ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ଼.ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କୋଭାକ୍ସିନ୍‌ର ଥାର୍ଡ ଫେଜ୍ ଟ୍ରାଏଲ୍‌ର ଫଳାଫଳ ଭଲ ରହିଛି । ଫଳରେ ଖୁବଶୀଘ୍ର କୋଭାକ୍ସିନ୍‌ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜରୀ ମିଳିବା ନେଇ ଆଶା ରହିଛି । ଏହି ଟିକା ଏକାଧିକ ପ୍ରକାରର ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ । ତେବେ ଡେଲ୍‌ଟା ଭାରିଏଣ୍ଟ ବିରୁଦ୍ଧରେ ଏହାର ପ୍ରଭାବ ଆଶା କରାଯାଉଥିବା ଠାରୁ କମ୍ ରହିଛି । ତଥାପି ଏହା ବେଶ୍ ଭଲ ଫଳାଫଳ ଦେଉଛି ।

ସ୍ୱାମୀନାଥନ ଆହୁରି କହିଛନ୍ତି, ଜରୁରୀକାଳିନ ବ୍ୟବହାର ତାଲିକାରେ ସାମିଲ ହୋଇଥିବା ସମସ୍ତ ଟିକା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । ଯଥା ସମ୍ଭବ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଆମେ ଚେଷ୍ଟା ମଧ୍ୟ ଜାରି ରଖିଛୁ ।

ଆମେରିକାକୁ ଛାଡି ବିଶ୍ୱର ଅଧିକାଂଶ ସ୍ଥାନରେ କରୋନା ମାମଲା କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ସୁଧାର ଆସିନାହିଁ । ଭାରତରେ ଅତିକମ୍‌ରେ ୬୦-୭୦ ପ୍ରତିତଶ ଜନସଂଖ୍ୟାରେ ଟିକାକରଣ ପାଇଁ ପରାମର୍ଶ ଦିଆଯାଇଛି । ଭାରତ ବ୍ରାଟେନ୍ ଭଳି ଦେଶ ଠାରୁ ପ୍ରେରଣା ନେବା ଉଚିତ ।

ବ୍ରିଟେନ୍ ଏବେ ବୁଷ୍ଟର ଶଟ୍‌ସ୍ ଯୋଜନା କରୁଛି । ଏଥିରୁୂ ଭାରତ କିଛି ଶିଖିବା ଉଚିତ । ପ୍ରାଥମିକ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସ୍ୱାମୀନାଥନ କହିଛନ୍ତି ।

Spread the love