ଭାରସାମ୍ୟ ହରାଇ ଓଲଟିଲେ ଦୁଇଟି ଟ୍ରକ୍

ସାନଖେମୁଣ୍ଡି : ଭାରସାମ୍ୟ ହରାଇ ଓଲଟିଲେ ଦୁଇଟି ଟ୍ରକ୍ । ତପ୍ତପାଣି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ୍ ଦୁଇଟି ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକ ଉଷ୍ମପ୍ରସବଣ ତପ୍ତପାଣି ଘାଟିରେ ସଡକ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଏକ ମକା ଓ କପା ବୋଝେଇ ଦୁଇଟି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଗଜପତିରୁ ଗଞ୍ଜାମ ଅଭିମୁଖେ ମକା ଓ କପା ବୋଝେଇ ଟ୍ରକ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଦୁଇ ଟ୍ରକ୍ କୁ ଉଦ୍ଧାର କରିଛି ।

Spread the love