ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତା ଦିଆଯିବ

ଭୁବନେଶ୍ୱର : ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ଯେ ହିତାଧୀକାରୀମାନେ ସେମାନଙ୍କର ଜୁନ୍‌, ଜୁଲାଇ ଏବଂ ଅଗଷ୍ଟ ମାସର ଭତା ଆଗୁଆ ପାଇବେ । ମଧୁବାବୁ ପେନସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ମଧ୍ୟ ଆଗୁଆ ଭତା ପ୍ରଦାନ କରାଯିବ । ଦେଢ ଲକ୍ଷ ହିତାଧିକାରୀଙ୍କୁ ଇ-ପେମେଂଟ ଜରିଆରେ ଭତା ପ୍ରଦାନ କରାଯିବ । ଏହାସହ ଅନ୍ୟ ସମସ୍ତଙ୍କୁ ଘରେ ପେନସନ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Spread the love