ଭୁବନେଶ୍ୱରରେ ଆଉ ୧୧୧୬ ପଜିଟିଭ୍ ଓ ୬୫୫୯ ସୁସ୍ଥ

ଭୁବନେଶ୍ୱର : ମଙ୍ଗଳବାର ଦିନ ଭୁବନେଶ୍ୱରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ହଜାରେ ଟପିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଂଚଳରୁ ଆଉ ୧୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୭୭ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୯୩୯ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୬୫୫୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ଏବଂ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା ୯୩୯ ଲୋକାଲ୍ କେସ ଭିତରୁ ସର୍ବାଧିକ ପଟିଆରୁ ୫୦, ନୟାପଲ୍ଲୀରୁ ୪୯, ରସୁଲଗଡ, ଓଲ୍ଡଟାଉନ୍ ଓ ଖଣ୍ଡଗିରିରୁ ୩୬ ଲେଖାଏଁ, ଚନ୍ଦ୍ରଶେଖରପୁର ଓ ଡୁମଡୁମାରୁ ୩୫ ଲେଖାଏଁ, ବରମୁଣ୍ଡା ଓ ୟୁନିଟ୍ ୯ରୁ ୩୪ ଲେଖାଏଁ, ଲକ୍ଷ୍ମୀସାଗରରୁ ୩୧, ଝାରପଡାରୁ ୩୦, ବମିଖାଲରୁ ୨୫, ୟୁନିଟ୍ ୮ରୁ ୨୨, ୟୁନିଟ୍ ୬ ଓ ସୁନ୍ଦରପଦାରୁ ୨୦ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ନୟାପଲ୍ଳୀରୁ ୧୦, ପଟିଆରୁ ୯, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ମେଂଚଶ୍ୱରରୁ ୮ ଲେଖାଏଁ ଏବଂ ଲକ୍ଷ୍ମୀସାଗର ଓ ନିଳାଦ୍ରୀବିହାରରୁ ୭ ଜଣ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨୫୬ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୩୯୦୧୬ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୮୯୪୭ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୭୨ ରହିଛି ।

Spread the love