ସାଙ୍ଗଙ୍କ ସହ ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ନାବାଳକ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ଗାଡ଼ା ହଟିଙ୍ଗ ଅଞ୍ଚଳରେ ଥିବା ଏକ ପୋଖରୀରେ ବୁଡ଼ି ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ନାବାଳକ ଜଣଙ୍କ ହେଲେ ୧୦ ନମ୍ବର ୱାର୍ଡର ଧୋବି ହଟିଙ୍ଗର ଆଶିଷ ପାତ୍ରଙ୍କ ୧୬ ବର୍ଷୀୟ ପୁଅ ପ୍ରେମ ପାତ୍ର ।

ସୂଚନା ଯେ, ଗୁରୁବାର ପ୍ରେମ ନିଜ ସାଙ୍ଗଙ୍କ ସହ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ହଠାତ ପୋଖରୀରେ ବୁଡି ଯାଇଥିଲେ । ତାଙ୍କୁ ପହଁରା ମଧ୍ୟ ଜଣାନଥିଲା । ତେବେ ମୂମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Spread the love