ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେବେ ବର୍ଷା-ଅନୁଭବ

କଟକ : ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କୁ ମଧ୍ୟ ହାଜିରା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ହେବ ଶୁଣାଣି । ସୋମବାର ଉଭୟଙ୍କୁ ହାଜର ହେବା ପାଇଁ ପରିବାର କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଯେ, ବର୍ଷା-ଅନୁଭବ ବିବାଦ ଥମିବାର ନା ଧରୁନି । ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ଏହି ଦୁହିଁଙ୍କ ବିବାଦରେ ଏବେ ପୁଣି ଏକ ନୂଆ ମୋଡ ଦେଖିବାକୁ ମିଳିଛି । ଘରୋଇ ହିଂସାର ଶିକାର ହେଉଥିବା ବାରମ୍ବାର ଅଭିଯୋଗ ଆଣିଥିବା ବେଳେ ଏବେ ପୁଣି ତାଙ୍କ ଶାଶୁଘରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ଏମିତି କି ଏବେ ବର୍ଷା ରହୁଥିବା ରୁମ୍ ରୁ ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟି ଦିଆଯାଇଛି ବୋଲି ଗତ ବୁଧବାର ଅଭିଯୋଗ ନେଇ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମାହାନ୍ତିଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ସେହିପରି ବର୍ଷାଙ୍କୁ ଅନୁଭବଙ୍କ ପରିବାର ଲୋକେ ମାନସିକ ଭାବରେ ନିର୍ଯ୍ୟାତନା ଦେବା ସହିତ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବର୍ଷା । ତେବେ ବର୍ତମାନ ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ବର୍ଷା କିନ୍ତୁ ଅନୁଭବ ଓ ତାଙ୍କ ପରିବାରଙ୍କ ନାରେ ଘରୋଇ ହିଂସା ଭଳି ସାଂଘାତିକ୍ ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Spread the love