ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ଯୋଗ ଦେଲେ।

ନୂଆଦିଲ୍ଲୀ: କଂଗ୍ରେସର ଜଣେ ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ଧରିଛନ୍ତି । କଂଗ୍ରେସ ନେତା ଜିତିନ ପ୍ରସାଦ ବୁଧବାର ବିଜେପିରେ ମିଶିଛନ୍ତି । ଏନେଇ ଆଜି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜିତିନି ପ୍ରସାଦ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଖୁବ ନିକଟର ଥିଲେ ଜିତିନ ପ୍ରସାଦ । ସେ ପୂର୍ବତନ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିଲେ । ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଜିତିନ ରାଷ୍ଟ୍ରମନ୍ତ୍ରୀ ଥିଲେ । ଦିବଂଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତିନ ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ଥିଲେ ।

Spread the love
87