ବ୍ୟାଙ୍କକୁ ଟ୍ରାନ୍ସଫର ହେଲା ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକସୀଙ୍କ ୯ ହଜାର କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ ଠକେଇ ମାମଲାର ଅଭିଯୁକ୍ତ ଫେରାର ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସୀର ୯,୩୭୧ କୋଟି ଟଙ୍କାର ସମ୍ପତ୍ତି ସରକାରୀ ବ୍ୟାଙ୍କକୁ ଟ୍ରାନ୍ସଫର କରିଦେଇଛି। ମିଳିଥିବା ସୂଚନା ଅନୁସାରେ, ଏହି ୩ ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ଦ୍ବାରା ସେମାନେ କରିଥିବାର ଠକେଇର କ୍ଷତିପୂରଣ କରିବାକୁ ଚେଷ୍ଟା କରାଯାଉଛି।

ଇଡି ପକ୍ଷରୁ କୁହାଯାଇଛି, ପିଏମଏଲଏ ଅନୁସାରେ, ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକସୀଣ ମାମଲାରେ କେବଳ ୧୮.୧୭୦.୦୨ କୋଟି ଟଙ୍କା(ବ୍ୟାଙ୍କକୁ ହୋଇଥିବା ମୋଟ କ୍ଷତିର ୮୦.୪୫%) ସମ୍ପତ୍ତି ଜବତ କରାଯାଇଛି, ସେଭଳି ୯୩୭୧.୧୭ କୋଟି ଟଙ୍କାର ସମ୍ପତ୍ତିର ଏକ ଅଂଶ ମଧ୍ୟ ପିଏସବି ଓ କେନ୍ଦ୍ର ସରକାରଙ୍କୁ ଟ୍ରାନ୍ସଫର କରିଦିଆଯାଇଛି। ଇଡି କହିଛି, ବିଜୟ ମାଲ୍ୟା ଓ ପିଏନବି ବ୍ୟାଙ୍କ ଠକେଇ ମାମଲାରେ ବ୍ୟାଙ୍କର ୪୦ ପ୍ରତିଶତ ଅର୍ଥ ପିଏମଏଲଏ ଅନୁସାରେ, ଜବତ କରାଯାଇଥିବା ସେୟାର ଅନୁାରେ, ବିକ୍ରି ଜରିଆରେ ଆଦାୟ କରାଯାଇଛି

Spread the love