ବାବା ରାମଦେବଙ୍କ ବିବୃତ୍ତି ଦିନକୁ ଦିନ ତେଜିବାରେ ଲାଗିଛି : ଜୁନ୍ ୧ରେ କଳା ବ୍ୟାଜ୍ ପିନ୍ଧି କାମ କରିବେ ଡାକ୍ତର

ନୂଆଦିଲ୍ଲୀ : ଡାକ୍ତରଙ୍କୁ ନେଇ ଯୋଗ ଗୁରୁ ବାବା ରାମଦେବଙ୍କ ବିବୃତ୍ତି ଦିନକୁ ଦିନ ତେଜିବାରେ ଲାଗିଛି । ପ୍ରତି ଦିନ ନୂଆ ନୂଆ ବାବା ରାମଦେବଙ୍କ ଅସୁବିଧା ବଢିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫଏଆଇଏମଏ) ବାବାଙ୍କୁ ଆଇନଗତ ନୋଟିସ୍ ଦେଇସାରିଛି ।

ବର୍ତ୍ତମାନ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ଜୁନ୍ ୧ରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଘୋଷଣା କରିଛି । ଭାକସିନ ଏବଂ ଏଲୋପାଥି ସମ୍ବନ୍ଧରେ ବାବା ରାମଦେବଙ୍କ ବିବୃତ୍ତିରେ ନେଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଗଠନ ବିରୋଧ ପ୍ରଦର୍ଶନକୁ ତୀବ୍ର କରିବାକୁ ଘୋଷଣା କରିଛି । ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ସଭାପତି ଡାକ୍ତର ମନୀଷ କହିଛନ୍ତି ଯେ ଏହି ଅନୁଷ୍ଠାନ ସହ ଜଡିତ ଦେଶର ସମସ୍ତ ରେସିଡେଣ୍ଟ ଡାକ୍ତର ଜୁନ ୧ରେ କଳାଦିବସ ପାଳିବେ। ଡାକ୍ତର ମନୀଷ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ପିପିଏ କିଟ୍ ଉପରେ ଏକ କଳା ବ୍ୟାଜ୍ ବାନ୍ଧି କାମ କରିବେ । ଆହୁରି ମଧ୍ୟ, ଡାକ୍ତରମାନେ ତାଙ୍କର ହ୍ୱାଟସ୍ ଆପର ଡିପିକୁ ବ୍ଲାକ କରିବେ ।

Spread the love