ଆତ୍ମ ସମର୍ପଣ କରିଛି ଦୁର୍ଦାନ୍ତ ମାଓ ନେତ୍ରୀ ମାଡକାମ ସୋମିଡି ସମେତ ୬ ଜଣ ମାଓବାଦୀ

ମାଲକାନଗିରି: ଆତ୍ମ ସମର୍ପଣ କରିଛି ଦୁର୍ଦାନ୍ତ ମାଓ ନେତ୍ରୀ ମାଡକାମ ସୋମିଡି । ଗତ ଏକମାସ ପୂର୍ବେ ଆନ୍ଧ୍ର ପୋଲିସ ଏନକାଉଣ୍ଟର ରେ ମୃତ ମାଓନେତା ରଣଦେବଙ୍କ ସ୍ତ୍ରୀ ହେଉଛି ମାଡକାମ ସୋମିଡି । ତାଙ୍କ ଉପରେ ୧ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ସେ ନାରାୟଣପାଟଣା ଏରିଆ କମିଟି ସଦସ୍ୟ ତଥା ଟପ ମାଓନେତା ରାମକ୍ରିଷ୍ନାଙ୍କ ସୁରକ୍ଷା ଗାର୍ଡ ଭାବେ ମହିଳା ମାଓବାଦୀ ମାଡକମ ସୋମିଡି କାମ କରିଥିଲା । ସୋମିଡି ସମେତ ୬ ଜଣ ମାଓବାଦୀଙ୍କ ସହ ଆତ୍ମ ସମର୍ପଣ କରିଛି ।

ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶ ପୋଲିସ ଡିଜି ବିଜୟୱ୍ବାଡା ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ମାଡକମ (ଏସିଏମ )ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଅଛି ।୨୦୦୯ ରେ ପ୍ରଥମେ ବାଳ ସଂଗଠନ ରେ ସାମିଲ ହୋଇଥିଲା । ୨୦୧୦ ରେ ମାଓବାଦୀ ପାର୍ଟିର ସଦସ୍ୟ ହୋଇଥିଲା ।୨୦୧୦ ରୁ ୨୦୧୩ ନାରାୟଣପାଟଣା ଏରିଆ କମିଟିରେ କାମ କରିଥିଲା। ୨୦୧୩ ରୁ ୨୦୧୪ ପର୍ଯ୍ୟନ୍ତ ଟପ ମାଓନେତା ରାମ କ୍ରିଷ୍ନାର ସୁରକ୍ଷା ଗାର୍ଡ ସଦସ୍ୟ ରହିଥିଲା ।୨୦୧୬ ରେ ଏସିଏମ କ୍ୟାଡେରକୁ ପ୍ରମୋଶନ ହୋଇଥିଲା ।୪ଟି ହିଂସାକାଣ୍ଡରେ ଜଡିତ ଥିବା ଆନ୍ଧ୍ର ଡିଜିପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Spread the love